ଅମରାବତୀ: ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଉରାଭାକୋଣ୍ଡା ମଣ୍ଡଳ ବୁଦାଗାଭି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ କାରକୁ ଧକ୍କା ଦେଇଥିଲା । କାରରେ ଯାଉଥିବା ସମସ୍ତ ଯାତ୍ରୀ ବରେଲୀରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ଅନନ୍ତପୁର ଫେରୁଥିଲେ । ଏହି ସମୟରେ କାରଟି ଟ୍ରକ ସହ ଧକ୍କା ଦେଇଥିଲା ।
ଏହାବି ପଢନ୍ତୁ : କେବଳ ମୋଦି ସରକାର ହିଁ ଭାରତୀୟ ଯବାନଙ୍କ ପ୍ରତି ସମ୍ବେଦନଶୀଳ: JP Nadda
ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କାରରେ ଥିବା ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏହାସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ସମସ୍ତ ମୃତକ ଗୋଟିଏ ପରିବାର ଓ ସମ୍ପର୍କୀୟ ହୋଇଥିବା ବେଳେ ସମସ୍ତଙ୍କ ଘର ଉରାଭାକୋଣ୍ଡା ମଣ୍ତଳ ନିମାଗାଲ୍ଲୁରେ ବୋଲି ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ