ETV Bharat / bharat

କୂଅରେ ଖସିପଡିଲା ଏସୟୁଭି, 6 ମୃତ - କୂଅ ମଧ୍ୟରେ ଗାଡି ଖସିପଡି 6 ମୃତ

ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏକ କୂଅରେ ଏସୟୁଭି ଗାଡି ଖସିପଡିବା ଯୋଗୁଁ 6 ମୃତ । ଅଧିକ ପଢନ୍ତୁ...

କୂଅ ସାଜିଲା କାଳ, ଏସୟୁଭି ଗାଡି ଖସିପଡିବା ଯୋଗୁଁ 6 ମୃତ

author img

By

Published : Dec 9, 2020, 3:47 PM IST

ଭୋପାଳ: ବିବାହରେ ଯୋଗ ଦେବାକୁ ହସଖୁସିରେ ଘରୁ ଆସିଥିଲେ । ମାତ୍ର କିଏ ଜାଣିଥିଲା ଏହା ତାଙ୍କର ଶେଷଯାତ୍ରା ବୋଲି । ମଧ୍ୟପ୍ରଦେଶର ଛତରପୁର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଏସୟୁଭି ଗାଡି ପରିତ୍ୟକ୍ତ କୂଅରେ ଖସି ପଡିବା ଫଳରେ ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ଘଟିଛି । ଆଉ ତିନି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକମାନେ ହେଲେ ଚତ୍ରପାଲ ସିଂହ(40), ରାଜୁ କୁଶଓ୍ବାହା(37), ରାମରତନ ଅହିରଓ୍ବାର(37), ଘନଶ୍ୟାମ ଅହିରଓ୍ବାର(55), କୁଲଦୀପ ଆହିରଓ୍ବାର(22) ଏବଂ ରାମଧିନ ଅହିରଓ୍ବାର(50) ।

ସୂଚନାଯୋଗ୍ୟ, ସମସ୍ତ ବ୍ୟକ୍ତି ଉତ୍ତରପ୍ରଦେଶ ମହୋବା ଜିଲ୍ଲା ଶ୍ବାସ ଗାଁରୁ ମଧ୍ୟପ୍ରଦେଶ ଛତରପୁର ଅଞ୍ଚଳର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ବିଳମ୍ବିତ ରାତ୍ରିରେ ଗାଡି ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ଦିଓ୍ବାନଜୀ ଅଞ୍ଚଳର ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ 6 ଜଣ ଆଖି ବୁଜିଥିବା ବେଳେ ବାକି ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।

ତେବେ ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.