ETV Bharat / bharat

ଜମ୍ମୁ କାଶ୍ମୀରରେ ବଢିଲା ସୁରକ୍ଷା, ସୀମାରେ 5500 ଯବାନ ନିୟୋଜିତ

author img

By

Published : Nov 10, 2021, 10:50 AM IST

ସୀମା ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀରକୁ ପଠାଗଲା ୫ ହଜାର ୫୦୦ ଯବାନ । ଅଧିକ ପଢନ୍ତୁ...

ବଢିଲା ସୀମା ସୁରକ୍ଷା: ୫,୫୦୦ ଯବାନ ସୀମାରେ ନିୟୋଜିତ

ନୂଆଦିଲ୍ଲୀ: ଚଳିତ ବର୍ଷ ସୀମାରେ ଅନୁପ୍ରବେଶ ବଢିଛି । ଏହାସାଙ୍ଗକୁ ଦିନ ଦ୍ବିପ୍ରହରେ ସୀମାରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ଏଥିପାଇଁ ସୀମା ସୁରକ୍ଷା ତଥା ସୀମାବର୍ତ୍ତି ନାଗରିକଙ୍କ ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ର ସରକାର । ଆଜି(ବୁଧବାର) ଜମ୍ମୁକାଶ୍ମୀରକୁ ୫,୫୦୦ ଯବାନଙ୍କୁ ପଠାଯାଇଛି ।

ବିଏସ୍‌ଏଫ ଓ ସିଆରପିଏଫର ପ୍ରାୟ ୫,୫୦୦ ଯବାନଙ୍କୁ ଜମ୍ମୁ କଶ୍ମୀରକୁ ପଠାଯାଇଥିବା ଜଣାପଡିଛି । ପୂର୍ବରୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିଲେ । ହେଲେ ଏବେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହାର ମୁକାବିଲା ପାଇଁ ବିଏସ୍‌ଏଫ କଶ୍ମୀରରେ ଅତିରିକ୍ତ ୨୫ କମ୍ପାନୀ ଫୋର୍ସ ମୁତୟନ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ସିଆରପିଏଫର ୩୦୦୦ ଯବାନ ଓ ବିଏସ୍‌ଏଫର ୨୫୦୦ ଯବାନଙ୍କୁ ଜମ୍ମୁ-କଶ୍ମୀର ପଠାଇଛନ୍ତି । ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ୧୩୮ ଜଣ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ଏବଂ ୩୯ ଜଣ ଗିରଫ ହୋଇଛନ୍ତି । କେବଳ କାଶ୍ମୀର ନୁହେଁ ଜମ୍ମୁ ଡିଭିଜନରେ ମଧ୍ୟ ଚଳିତ ବର୍ଷ ୮ ଜଣ ଆତଙ୍କୀ ନିହତ ହୋଇଛନ୍ତି ଓ ୧୬ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ସିଆରପିଏଫ ପକ୍ଷରୁ ମଧ୍ୟ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ୨୫ କମ୍ପାନୀ ଫୋର୍ସ ପଠାଯାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ଆଉ ୫ କମ୍ପାନୀ ଫୋର୍ସ କାଶ୍ମୀରରେ ନିୟୋଜିତ ହେବେ ବୋଲି ଜଣାପଡିଛି । ଅନ୍ୟପଟେ ଖୁବଶୀଘ୍ର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣେ ସିଆରପିଏଫ ଅଫିସର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.