ETV Bharat / bharat

Covid Situation in Delhi: ନିୟନ୍ତ୍ରଣରେ ଅଛି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର - ଦିଲ୍ଲୀରେ ନିୟନ୍ତ୍ରଣାଧୀନ କୋରୋନା ସଂକ୍ରମଣ

ରାଜଧାନୀ ଦିଲ୍ଲୀରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏଯାବତ୍‌ ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଅଧିକ ପଢନ୍ତୁ

Covid Situation in Delhi: ନିୟନ୍ତ୍ରଣରେ ଅଛି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର

author img

By

Published : Jan 1, 2022, 3:30 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋଭିଡ-୧୯ ଓ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । କୋରୋନାରେ ସଂକ୍ରମିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଓମିକ୍ରନ ମାମଲା ୫୪ ପ୍ରତିଶତ ରହିଛି । ଦିଲ୍ଲୀରେ ସଂକ୍ରମଣ ବଢୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

ଶୁକ୍ରବାର ଦିଲ୍ଲୀରେ କୋଭିଡ଼-୧୯ର ପ୍ରାୟ ୧୭୯୬ ମାମଲା ଚିହ୍ନଟ ହୋଇଥିଲା । କିନ୍ତୁ କାହାରି ମୃତ୍ୟୁ ଘଟିନାହିଁ । ସେପଟେ ଓମିକ୍ରନର ଯେଉଁ ମାମଲା ଚିହ୍ନଟ ହେଉଛି, ତନ୍ମଧ୍ୟରୁ କୌଣସି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ନଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବିଦେଶରୁ ଭାରତକୁ ଫେରୁଥିବା ଯାତ୍ରୀଙ୍କ ବିମାନ ବନ୍ଦର ନିକଟରେ RTPCR ଟେଷ୍ଟ କରାଯାଉଛି । ସେଠାରେ ଯେଉଁମାନେ ପଜିଟିଭ ଚିହ୍ନଟ ହେଉଛନ୍ତି, ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି । ଏହି କ୍ବାରେଣ୍ଟାଇନରେ ଆକ୍ରାନ୍ତ କୌଣସି ଶୁଳ୍କ ଦେଉନଥିବା କହିଛନ୍ତି ସେ । କିନ୍ତୁ ଯେଉଁମାନେ ପଞ୍ଚତାରକା ହୋଟେଲରେ କ୍ବାରେଣ୍ଟାଇନରେ ରହୁଛନ୍ତି, ସେମାନଙ୍କୁ ଶୁଳ୍କ ଭରିବାକୁ ପଡ଼ିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ: TamilNadu Heavy Rainfall: ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା

ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର କୋରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି । ଦିଲ୍ଲୀରେ ନାଇଟ କର୍ଫ୍ୟୁ ସହିତ ସ୍କୁଲ, କଲେଜ, ସିନେମାଘର, ବରଯାତ୍ରୀ ଆଦିକୁ ବନ୍ଦ କରାଯାଇଛି । ସେପଟେ ଦୋକାନ ଓ ମଲ୍‌ ଅଡ-ଇଭନ ଢାଞ୍ଚାରେ ଖୋଲାଯାଉଛି । ତେବେ ସ୍ଥିତି ଦେଖି କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି ।

ସେପଟେ ଦିଲ୍ଲୀରେ ଶିଶୁଙ୍କ ଟୀକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ଟୀକାକରଣ ପ୍ରକ୍ରିୟା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି । ଦିଲ୍ଲୀରେ ପ୍ରାୟ ୧ ହଜାର କେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ଗୋଟିଏ ଦିନରେ ୩ ଲକ୍ଷ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏବେ ପ୍ରତିଦିନ ଦେଢ ଲକ୍ଷ ଟିକା ଦିଆଯାଉଥିବାବେଳେ ଆଗକୁ ଏହାର ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.