ETV Bharat / bharat

ଗତ 24 ଘଣ୍ଟାରେ ଦେଶରେ 50,357 କୋରୋନା ଆକ୍ରାନ୍ତ ଚିହ୍ନଟ - ଭାରତରେ ଉପରମୁହାଁ କୋରୋନା ଗ୍ରାଫ

ଭାରତରେ ଉପରମୁହାଁ କୋରୋନା ଗ୍ରାଫ । ପ୍ରତ୍ୟେକ ଦିନ ଆସୁଛି ବହୁ ପରିମାଣର ସଂକ୍ରମଣ ରିପୋର୍ଟ । ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି । ଅଧିକ ପଢନ୍ତୁ...

ଦେଶରେ ଥମୁନି କୋରୋନା ସଂକ୍ରମଣ, 24 ଘଣ୍ଟାରେ 50,357 ସଂକ୍ରମିତ ଚିହ୍ନଟ

author img

By

Published : Nov 7, 2020, 10:16 AM IST

ନୂଆଦିଲ୍ଲୀ: କୋରୋନା କବଳରେ କବଳିତ ସମଗ୍ର ବିଶ୍ବ । ଆଉ ଯାଇଛି କୋଟିଏରୁ ଅଧିକ ଜୀବନ । ଲକଡାଉନ ଆଉ ସଟଡାଉନରେ ଭାଙ୍ଗିପଡିଛି ବିଶ୍ବ ଅର୍ଥନୀତିର ମେରୁଦଣ୍ଡ । ତେବେ ଏଥିରେ ଅନ୍ୟ ଦେଶ ପରି ଭାରତ ମଧ୍ୟ ଅତ୍ୟଧିକ ପ୍ରଭାବିତ ହୋଇଛି । ଦେଶରେ ମହାମାରୀ ବ୍ୟାପିବାର ଅନେକ ଦିନ ହେବା ସତ୍ତ୍ବେ ଥମୁନି ସଂକ୍ରମଣ । ଯାହା ଏବେ 84 ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 50 ହଜାର 357 ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଥିବାବେଳେ, ଏଥିରେ 577 ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ 84 ଲକ୍ଷ 62 ହଜାର 081ରେ ପହଞ୍ଚିଛି ଏହି ସଂଖ୍ୟା । ସେଥିମଧ୍ୟରୁ 1 ଲକ୍ଷ 25 ହଜାର 562 ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 78 ଲକ୍ଷ 19 ହଜାର 887 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 16 ହଜାର 632 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.