ETV Bharat / bharat

ଏକାଥରେ ନିଲମ୍ବିତ ହେଲେ 35 ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ - କାଶ୍ମୀରରେ ଦୁର୍ନିତି ବିରୋଧୀ ଅଭିଯାନ

ଦୁର୍ନୀତି ସହ ସମ୍ପୃକ୍ତ ଅଭିଯୋଗରେ ନିଲମ୍ବିତ ହେଲେ ଜାମ୍ମୁ କାଶ୍ମୀରର 35 ଜଣ ବରିଷ୍ଠ ଅଧିକାରୀ । ପଢନ୍ତୁ ଅଧିକ.....

ଏକାଥରେ ନିଲମ୍ବିତ ହେଲେ 35 ଜଣ ଦୁର୍ନିତିଗ୍ରସ୍ତ ଅଧିକାରଏକାଥରେ ନିଲମ୍ବିତ ହେଲେ 35 ଜଣ ଦୁର୍ନିତିଗ୍ରସ୍ତ ଅଧିକାର
ଏକାଥରେ ନିଲମ୍ବିତ ହେଲେ 35 ଜଣ ଦୁର୍ନିତିଗ୍ରସ୍ତ ଅଧିକାର
author img

By

Published : Nov 18, 2020, 6:14 PM IST

ଶ୍ରୀନଗର : ଦୁର୍ନୀତି ସହ ସମ୍ପୃକ୍ତ ଅଭିଯୋଗରେ ଜାମ୍ମୁ କାଶ୍ମୀରର 35 ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣା ପଡିଛି । ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ପାଞ୍ଚ ଜଣ ଅଧିକାରୀ ନିଲମ୍ବିତ ହୋଇଥିବାବେଳେ ପରିବହନ ବିଭାଗର 2 ଜଣ, ରାଜସ୍ବ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର 2 ଜଣ ଲେଖାଏଁ, ଜଙ୍ଗଲ, ପରିବେଶ ଏବଂ ପରିବେଶ ବିଭାଗରୁ 24 ଜଣ ଏବଂ ପୂର୍ତ୍ତ ବିଭାଗର 2ଜଣ ଅଧିକାରୀଙ୍କ ବିରୋଧରେ ଏହି ନିଲମ୍ବନ ଆଦେଶ ଆସିଥିବା ଜଣାପଡିଛି ।

ଏହି ଦୁର୍ନିତିଗ୍ରସ୍ତ ଅଧିକାରୀ ମାନଙ୍କୁ ନିଲମ୍ବନ କରିବା ନିଷ୍ପତ୍ତି ଜାମ୍ମୁ କାଶ୍ମୀର ପ୍ରଶାସନ ଆଣ୍ଟି ଗ୍ରାଫ୍ଟ ଡ୍ରାଇଭ ସମୟରେ ନିଆଯାଇଥିଲା । ଏହି ମାସରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ବିଭାଗର ଭିଜିଲାନ୍ସ ଟିମକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଉପରାଜ୍ୟପାଳ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ବିଳମ୍ବ ନକରି ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ଜିଲ୍ଲା ସ୍ତରୀୟ ଭିଜିଲାନ୍ସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉପରାଜ୍ୟପାଳ ସଚିବାଳୟରେ ପ୍ରଶାସନିକ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କିରିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଏସିବି ମୋଟ 61 ଦୁର୍ନୀତି ମାମଲା ପଞ୍ଜିକୃତ ହୋଇଛି । ଗତ 2019 ରେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ବିରୋଧରେ ମୋଟ 73 ଟି ଏଫ୍ଆଇଆର୍ ଦାଖଲ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.