ETV Bharat / bharat

ରାଜଧାନୀ କିବକୁ ପ୍ରବେଶ ଅପେକ୍ଷାରେ ଋଷ ସେନାର ୩୦ କିମି ଲମ୍ବା କାଫିଲା: UK - ଋଷର ୟୁକ୍ରେନ ଆକ୍ରମଣ

ୟୁକ୍ରେନ ରାଜଧାନୀ କିବକୁ ପ୍ରବେଶ କରିବା ପାଇଁ ଅପେକ୍ଷା କରିଛି ଋଷ ସେନାର ୩୦ କିମି ଲମ୍ବା କାଫିଲା । ୟୁକ୍ରେନୀୟଙ୍କ ପ୍ରବଳ ପ୍ରତିରୋଧ ଯୋଗୁ ସହରରେ ପ୍ରବେଶ ବିଳମ୍ବ ହେଉଥିବା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା । ଅଧିକ ପଢନ୍ତୁ

ରାଜଧାନୀ କିବକୁ ପ୍ରବେଶ ଅପେକ୍ଷାରେ ଋଷ ସେନାର ୩୦ କିମି ଲମ୍ବା କାଫିଲା: UK

author img

By

Published : Mar 3, 2022, 6:16 PM IST

ଲଣ୍ଡନ: ୟୁକ୍ରେନ ରାଜଧାନୀ କିବ ଦଖଲ ପାଇଁ ଆଗକୁ ବଢୁଛି ଋଷ ସେନାର ୩୦ କି.ମି ଲମ୍ବା କାଫିଲା । ତେବେ ସହରକୁ ପ୍ରବେଶ କରି ନିୟନ୍ତ୍ରଣକୁ ହାତକୁ ନେବାରେ ବାଧକ ସାଜିଛନ୍ତି ୟୁକ୍ରେନୀୟ ସାଧାରଣ ନାଗରିକ । ସେମାନଙ୍କ ପ୍ରବଳ ପ୍ରତିରୋଧ ଓ ଆକ୍ରମଣ ପ୍ରସ୍ତୁତି ଋଷ ସେନାର ଅଭିଯାନ ବିଳମ୍ବ କରିବା ଦିଗରେ ଏକ ବଡ ଆହ୍ବାନ ସୃଷ୍ଟି କରିଛି ବୋଲି କହିଛି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ।

  • The main body of the large Russian column advancing on Kyiv remains over 30km from the centre of the city having been delayed by staunch Ukrainian resistance, mechanical breakdown and congestion. The column has made little discernible progress in over three days.

    — Ministry of Defence 🇬🇧 (@DefenceHQ) March 3, 2022 " class="align-text-top noRightClick twitterSection" data=" ">

ବ୍ରିଟିଶ ରକ୍ଷା ମନ୍ତ୍ରଣାଳୟ ଟ୍ବିଟ କରିଛି, ଏବେ ମଧ୍ୟ କିବ ଦଖଲ କରିବା ପାଇଁ ଆଗକୁ ବଢୁଥିବା ଋଷ ସେନା ସହରର କେନ୍ଦ୍ରସ୍ଥଳରୁ ଦୂରରେ ରହିଛି । ସହରକୁ କୌଣସି ପ୍ରକାର ପ୍ରବେଶରୁ ଋଷ ସେନାକୁ ରୋକିବା ପାଇଁ ୟୁକ୍ରେନୀୟମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଏପରି ସ୍ଥଳେ ଋଷର ଅଭିଯାନ ଏତେଟା ସହଜ ହେଲା ପରି ମନେ ହେଉନାହିଁ ବୋଲି ଲଣ୍ଡନ ପକ୍ଷରୁ କୁହାଯାଇଛି ।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ଅନ୍ୟତମ ପ୍ରମୁଖ ୟୁକ୍ରେନୀୟ ସହର ଖାର୍କିଭରେ ଭୟଙ୍କର ଆକ୍ରମଣ ସତ୍ତ୍ବେ ମଧ୍ୟ ଋଷ ସେନା ସେଠାରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବାରେ ସକ୍ଷମ ହୋଇନାହିଁ । ଏବେ ମଧ୍ୟ ସେଠାରେ ୟୁକ୍ରେନ ସେନା ସକ୍ରିୟ ଭାବେ ମୁକାବିଲା କରୁଛି । ଏହି ଯୁଦ୍ଧରେ 498 ଋଷ ସୈନିକଙ୍କର ମୃତ୍ୟୁ ହୋଇସାରିଛି ଏବଂ 1,597 ଜଣ ଆହତ ହୋଇଛନ୍ତି । ମୃତ ଓ ଆହତଙ୍କ ପ୍ରକୃତ ସଂଖ୍ୟା ଦର୍ଶାଯାଉଥିବା ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ହେବ ଏବଂ ବୃଦ୍ଧି ପାଇବ ବୋଲି ବିବୃତ୍ତିରେ ଦର୍ଶାଯାଇଛି ।

ଆଜି (ଗୁରୁବାର) ସକାଳୁ ୟୁକ୍ରେନର ରାଜଧାନୀ କିବରେ କୌଣସି ମୁହୂର୍ତ୍ତରେ ଆକାଶ ମାର୍ଗରୁ କ୍ଷେପଣାସ୍ତ୍ର ମାଡ ଆଶଙ୍କାକୁ ଦେଖି ଏୟାର ରେଡ୍ ଆଲର୍ଟ ଜାରି ରହିଛି । ତେବେ ଋଷ ସେନା ପଛକୁ ହଟିବା ପରିବର୍ତ୍ତେ କିବ ଦଖଲ କରିବା ପାଇଁ ସମ୍ପୂର୍ଣ୍ଣ ଅଭିଯାନ ହାତକୁ ନେଇ ସାରିଥିବାବେଳେ ୟୁକ୍ରେନର ମୁକାବିଲା ଓ ଗରିଲା ଯୁଦ୍ଧ ଫଳରେ କିବ ଉପରେ ଦଖଲ ଏତେଟା ସହଜ ନହେବା ନେଇ ମଧ୍ୟ ବିଭିନ୍ନ ରାଷ୍ଟ୍ରମାନେ ଆକଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.