ETV Bharat / bharat

UP Polls: ନିର୍ବାଚନ ଦୌଡରେ ଥିବା ୨୫% ପ୍ରାର୍ଥୀଙ୍କ ରହିଛି କ୍ରିମିନାଲ ରେକର୍ଡ - ଉତ୍ତରପ୍ରଦେଶ ନିର୍ବାଚନ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୨୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୁଦ୍ଧରେ ରହିଛି ଅପରାଧିକ ମାମଲା । ADR ରିପୋର୍ଟରେ ପ୍ରକାଶ । ଅଧିକ ପଢନ୍ତୁ

UP Polls: ନିର୍ବାଚନ ଦୌଡରେ ଥିବା ୨୫% ପ୍ରାର୍ଥୀଙ୍କ ରହିଛି କ୍ରିମିନାଲ ହିଷ୍ଟ୍ରି

author img

By

Published : Feb 4, 2022, 11:18 AM IST

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ୭ଟି ପର୍ଯ୍ୟାୟରେ ହେବ ମତଦାନ । ୧୦ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ଏଥିରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୬୧୫ ପ୍ରାର୍ଥୀ । ତେବେ ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୧୫୬ ଜଣ ବା ୨୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ରହିଛି । ଆସୋସିଏନସନ ଫର୍ ଡେମୋକ୍ରାଟିକ ରିଫର୍ମସ(ADR) ରିପୋର୍ଟରେ ଏହା କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୫୮ ଆସନ ପାଇଁ ନିର୍ବାଚନ ଦୌଡରେ ମୋଟ ୬୨୩ ପ୍ରାର୍ଥୀ ରହିଛନ୍ତି । କ୍ରିମିନାଲ ହିଷ୍ଟ୍ରି ଥିବା ୧୫୬ ଜଣଙ୍କ ମଧ୍ୟରୁ ୬ ଜଣ ନାଁରେ ହତ୍ୟା ମାମଲା, ୩୦ ବିରୁଦ୍ଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଛି । ସେଥି ମଧ୍ୟରୁ ୧୨ ଜଣ ମହିଳା ବିରୋଧି ହିଂସା ଏବଂ ଜଣେ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଅଛନ୍ତି ।

ADR ଅନୁସାରେ, ସମାଜବାଦୀ ପାର୍ଟିର ୨୮ ପ୍ରାର୍ଥୀଙ୍କ ଭିତରୁ ୨୧ (୭୫ %), ରାଷ୍ଟ୍ରୀୟ ଲୋକ ଦଳର ୨୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୭(୫୯%), ବିଜେପିର ୫୭ ମଧ୍ୟରୁ ୨୯ (୫୧%), କଂଗ୍ରେସର ୫୮ ପ୍ରାର୍ଥୀରୁ ୨୧(୩୬%), ବହୁଜନ ସମାଜ ପାର୍ଟିର ୫୭ ଜଣଙ୍କ ମଧ୍ୟରୁ ୧୯(୩୪%) ଏବଂ ଆମ୍ ଆଦମୀ ପାର୍ଟିର ୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୮(୧୫%) ଜଣ ସତ୍ୟପାଠରେ ସେମାନଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.