ETV Bharat / bharat

ତେଲେଙ୍ଗାନାରେ ଅମାନିଆ ଚାଳକ, ବର୍ଷକରେ 519 କୋଟି ଜୋରିମାନା ଆଦାୟ

ତେଲେଙ୍ଗାନାରେ ଦିନକୁ ଦିନ ବୃଦ୍ଧି ପାଉଛି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା । ଗତବର୍ଷ ଫାଇନ ବାବଦକୁ ସଂଗ୍ରହ ହୋଇଛି 519 କୋଟି ଟଙ୍କା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 8, 2024, 6:20 PM IST

traffic violation
traffic violation

ହାଇଦ୍ରାବାଦ: ତେଲେଙ୍ଗାନାରେ ବୃଦ୍ଧି ପାଉଛି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ମାମଲା । ଯେତେ ମାମଲା ରୁଜୁ ହେଲେ ସୁଦ୍ଧା ସୁଧୁରୁନି ସ୍ଥିତି । ଚାଲାଣ ବାବଦକୁ କୋଟି କୋଟି ଟଙ୍କା ମଧ୍ୟ ସଂଗ୍ରହ ହେଉଛି । ତଥାପି ଟ୍ରାଫିକ ନିୟମ ଉଲ୍ଲଙ୍ଘନରେ ଲାଗୁନି ରୋକ । ଗତ 1 ଘଣ୍ଟାରେ ରାଜ୍ୟରେ ପ୍ରାୟ 1800 ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ବର୍ଷ ଚାଲାଣ ବାବଦକୁ ସଂଗ୍ରହ ହୋଇଛି 519 କୋଟି ।

ଟେକ୍ନୋଲୋଜି ଉନ୍ନତ ହେଉଥିବାରୁ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବାରେ ସହଜ ହେଉଛି । ଟେକ୍ନୋଲୋଜି କବଳରୁ ଖସି ପାରୁନାହାନ୍ତି ନିୟମ ଉଲ୍ଲଙ୍ଘନକାରୀ । ଫଳରେ ଦିନକୁ ଦିନ ଏହି ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ବର୍ଷ ସାରା ରାଜ୍ୟରେ 1 କୋଟି 51 ଲକ୍ଷ 63 ହଜାର 986ଟି ମାମଲା ରୁଜୁ ହୋଇଥିବା ବେଳେ ଫାଇନ ବାବଦକୁ ଆଦାୟ ହୋଇଛି 519 କୋଟି ଟଙ୍କା । ଏହାର ଅର୍ଥ ଦିନକୁ ହାରାହାରି 41 ହଜାର 544ଟି ମାମଲା ରୁଜୁ ହୋଇଥିବା ବେଳେ 1.42 କୋଟି ଟଙ୍କା ସଂଗ୍ରହ କରାଯାଉଛି ।

ଏହା ବି ପଢନ୍ତୁ- ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ନିର୍ଧୂମ ଛେଚା ଖାଇଲେ ଡ୍ରାଇଭର

ଚାଳକ ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଫାଇନ ଆଦାୟ କରୁଛନ୍ତି । ହେଲେ ଲୋକେ ଫାଇନ ଦେବାକୁ ରାଜି ହେଉଥିବା ବେଳେ ଟ୍ରାଫିକ ନିୟମ ଅନୁସରଣ କରିବାରେ କୁଣ୍ଠାବୋଧ କରୁଛନ୍ତି । ଫଳରେ ରାଜ୍ୟରେ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ସହରାଞ୍ଚଳରେ ଏହି ସଂଖ୍ୟା ଅଧିକ ରହୁଛି । ଏଭଳି ସ୍ଥିତିରେ ସଠିକ ତଦାରଖ ହେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ରାସ୍ତାକଡ଼ରେ ଯାନବାହନ ଅଟକି ରହୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ- ୫ ଛୁଆଙ୍କ ସହ ବାଇକରେ ବାପା, ଟ୍ରାଫିକ ଧରିବା ପରେ ରଖିଲେ ଏମିତି ଉତ୍ତର

ଅନେକ ସମୟରେ ନାଲି ବତୀ ଜଳୁଥିବା ବେଳେ ଲୋକେ ଦ୍ରୁତ ଗତିରେ ଗାଡ଼ି ନେଇ ଚାଲିଯାଉଥିବାର ନଜିର ରହିଛି । ଅନେକ ସମୟରେ ସିସିଟିଭି କ୍ୟାମେରା ସହାୟତାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରୁଛି ଟ୍ରାଫିକ ପୋଲିସ । ଭିନ୍ନ ଭିନ୍ନ ନିୟମ ଉଲ୍ଲଙ୍ଘନ ପାଇଁ ଭିନ୍ନ ଭିନ୍ନ ଫାଇନ ବ୍ୟବସ୍ଥା ରହିଛି । ସେହି ଅନୁଯାୟୀ ଫାଇନ ଲଗାଉଛି ପୋଲିସ । ଯଦି ଉଲ୍ଲଙ୍ଘନକାରୀ ଫାଇନ ଟଙ୍କା ପୈଠ କରୁନାହାନ୍ତି, ତେବେ ପୋଲିସ ହାବୁଡ଼ରେ ପଡିଲେ ସେମାନଙ୍କୁ ଅଟକ ରଖାଯାଉଛି । ଏଭଳି ନିୟମ ଥିବା ସତ୍ତ୍ବେ ରାଜ୍ୟରେ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଆଗାମୀ ଦିନରେ ପୋଲିସ ଜନ ସଚେତନତା ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.