ETV Bharat / bharat

କୋଭିଡ କବଳରେ ପାଇଲଟ, ଗଲାଣି 17 ଜଣଙ୍କ ଜୀବନ - କୋଭିଡ କବଳରେ ପାଇଲଟ

କୋଭିଡରେ ଆକ୍ରାନ୍ତ ହୋଇ 17 ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

କୋଭିଡ କବଳରେ ପାଇଲଟ, ଗଲାଣି 17 ଜଣଙ୍କ ଜୀବନ
କୋଭିଡ କବଳରେ ପାଇଲଟ, ଗଲାଣି 17 ଜଣଙ୍କ ଜୀବନ
author img

By

Published : Jun 4, 2021, 1:39 PM IST

ନୂଆଦିଲ୍ଲୀ: କୋରୋନା ଯୋଗୁଁ ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ସେଥିରୁ ବର୍ତ୍ତିପାରିନାହାନ୍ତି ପାଇଲଟ । ରିପୋର୍ଟ ଅନୁସାରେ କୋରୋନାରେ ଆକ୍ରାନ୍ତ ହୋଇ ଏଯାବତ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଭିସ୍ତାରା ବିମାନ କମ୍ପାନୀର ପ୍ରାୟ 17 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

ବିମାନ ସେବା ଯୋଗାଉଥିବା ଇଣ୍ଡିଗୋ କମ୍ପାନୀର 10 ଜଣ ପାଇଲଟଙ୍କ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ବେଳେ ଭିସ୍ତାରା କମ୍ପାନୀର 2 ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଏୟାର ଇଣ୍ଡିଆର 5 ଜଣ ବରିଷ୍ଠ ପାଇଲଟ ହର୍ଷ ତିୱାରୀ, ଜିପିଏସ ଗିଲ, ପ୍ରସାଦ କର୍ମାକର, ସନ୍ଦୀପ ରାଣା ଓ ଅମିତେଶ ପ୍ରସାଦଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଏଯାବତ ଏୟାର ଏସିଆର କୌଣସି ପାଇଲଟ କୋରୋନାରେ ମୃତ୍ୟୁବରଣ କରିନଥିବା ସୂଚନା ମିଳିଛି ।

ସେପଟେ ଇଣ୍ଡିଗୋ କମ୍ପାନୀ କୋରୋନାରେ ପ୍ରାଣ ହରାଇଥିବା ପାଇଲଟଙ୍କ ପରିବାର ପାଇଁ ଯୋଜନା ଆରମ୍ଭ କରିଛି । କୋରୋନାରେ ପ୍ରାଣ ହରାଇଥିବା ପରିବାରକୁ କମ୍ପାନୀ 5 କୋଟି ସହାୟତା ରାଶି ଯୋଗାଇବ ବୋଲି ଘୋଷଣା କରିଛି । କୋରୋନାର ପ୍ରଥମ ଲହରୀରେ ଇଣ୍ଡିଗୋ କମ୍ପାନୀର କିଛି ପାଇଲଟ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦ୍ବିତୀୟ ଲହରରେ 450 ଜଣ ପାଇଲଟ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଘରୋଇ କମ୍ପାନୀ ଭିସ୍ତାରା ଓ ଏୟାର ଏସିଆର 99 ପ୍ରତିଶତ ପାଇଲଟ କୋରୋନାର ପ୍ରଥମ ଡୋଜ ଟିକା ନେଇସାରିଥିବା ବେଳେ 96 ପ୍ରତିଶତ କର୍ମୀ ଟିକା ନେବା ପାଇଁ ଯୋଗ୍ୟ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । କୋରୋନାରୁ ସୁସ୍ଥ ହୋଇଥିବା କର୍ମୀ 3 ମାସ ପରେ ଟିକା ନେବା ପାଇଁ ଯୋଗ୍ୟ ହେବେ । ଅନ୍ୟପଟେ ଏୟାର ଇଣ୍ଡିଆ ଟିକା ଅଭାବ ଯୋଗୁଁ ମେ 15 ତାରିଖଠାରୁ ଏହାର କର୍ମୀମାନଙ୍କୁ ଟିକା ଦେବା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.