ETV Bharat / bharat

Train Tragedy: କିଏ ଏହି ତନିସ୍କା ଧରିଓ୍ବାଲ, ପୀଡିତଙ୍କ ପାଇଁ ଦେଲେ 10ହଜାର ଡଲାର, ଚଲାଇଥିଲେ ସୋସିଆଲ ମିଡିଆ କ୍ୟାମ୍ପେନ - ବାଲେଶ୍ବର ଟ୍ରେନ ଦୁର୍ଘଟଣା

ବାଲେଶ୍ବର ଟ୍ରେନ ଟ୍ରାଜେଡି ପୀଡିତଙ୍କ ପାଇଁ 10 ହଜାର ଆମେରିକୀୟ ଡଲାର ଦେଲେ ଭାରତୀୟ ବଂଶଦ୍ଭୋବ 16 ବର୍ଷୀୟା ତନିସ୍କା । ସାହାଯ୍ୟ ପାଇଁ ଆରମ୍ଭ କରିଥିଲେ ସୋସିଆଲ ମିଡିଆ କ୍ୟାମ୍ପେନ । ଅଧିକ ପଢନ୍ତୁ

ପୀଡିତଙ୍କ ପାଇଁ ସହୟତା ରାଶି ଦେଲେ 16 ବର୍ଷୀୟା ପ୍ରବାସୀ ଭାରତୀୟ

author img

By

Published : Aug 8, 2023, 9:55 PM IST

ହାଇଦ୍ରାବାଦ: ଗତ ଜୁନ ମାସାରେ ବାଲେଶ୍ବରରେ ହୋଇଥିବା ଭୟାନକ ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିଲା । ଦୁଇ ଏକ୍ସପ୍ରେସ ଓ ଏକ ମାଲଗାଡି ମଧ୍ୟରେ ହୋଇଥିବା ତ୍ରିକୋଣୀୟ ଦୁର୍ଘଟଣାରେ 294 ଯାତ୍ରୀଙ୍କ ଜୀବନ ଯାଇଥିଲା । ଏହି ଦୁର୍ଘଟଣାର ପୀଡିତଙ୍କ ପାଇଁ ଆମେରିକାରୁ ସହୟତା ରାଶି ଘୋଷଣା କରିଛନ୍ତି ଜଣେ ପ୍ରବାସୀ ଭାରତୀୟ ଛାତ୍ରୀ । ଏହି ଭାରତୀୟ ବଂଶଦ୍ଭୋବ ଛାତ୍ରୀ ହେଉଛନ୍ତି 16 ବର୍ଷୀୟା ତନିକ୍ସା ଧରଓ୍ବାଲ । ସେ ଏହି ପୀଡିତଙ୍କ ପାଇଁ 10 ହଜାର ଆମେରିକୀୟ ଡଲାର ସହୟତା ରାଶି ପ୍ରଦାନ କରିଛନ୍ତି ।

  • #WATCH | New York, US | 16-year-old Indian American Tanishka Dhariwal raised more than 10,000 dollars, a contribution towards helping those affected by the horrific train accident in Odisha

    "I got to know about the train tragedy that occurred in Balasore, Odisha. With my… pic.twitter.com/SYERRx6j9g

    — ANI (@ANI) August 8, 2023 " class="align-text-top noRightClick twitterSection" data=" ">

16 ବର୍ଷୀୟା ତନିକ୍ସା ଏହି ରାଶିକୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଦାନ କରିଛନ୍ତି । ସେ ଏହି ରାଶି ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ ଦୂତାବାସରେ ଭାରତର କନସୁନାଲ ଜେନେରାଲ ରଣଧୀର ଜୈସଓ୍ବାଲଙ୍କୁ ହସ୍ତାନ୍ତର ମଧ୍ୟ କରିଛନ୍ତି । ଏହି ଅର୍ଥରାଶି ହସ୍ତାନ୍ତର କରିବା ବେଳେ ତନିକ୍ସାଙ୍କ ପିତା-ମାତା ମଧ୍ୟ ଭାରତୀୟ ଦୂତାବାସରେ ଉପସ୍ଥିତ ଥିଲେ ।

ତନିସ୍କା ଏକ୍ସ (ପୂର୍ବରୁ ଟ୍ବିଟର)ରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି,‘‘ମୁଁ ଓଡିଶାର ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ଜାଣିବାକୁ ପାଇଲି । ମୋର ପିତା-ମାତାଙ୍କ ସହଯୋଗରେ ମୁଁ ‘ଗୋ-ଫଣ୍ଡ-ମି’ ନାମରେ ଏକ ସୋସିଆଲ ମିଡିଆ ପେଜ ଆରମ୍ଭ କଲି । ସ୍କୁଲ ସହପାଠୀ, ବନ୍ଧୁ ଏବଂ ସମ୍ପର୍କୀୟ ସହାୟତାର ପ୍ରାୟ 10,000 ଡଲାରରୁ ଅଧିକ ସଂଗ୍ରହ କରିବାରେ ସଫଳ ହୋଇଛି । ଆଶା କରୁଛି ଏହି ଟଙ୍କା ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାରେ ସମର୍ଥ ହେବ । ଏହା ମୋର ଏକ ଛୋଟ ପ୍ରୟାସ ଓ ଏହା ଖୁବ ସୁଦୂରପ୍ରସାରୀ ହେବା ନେଇ ମୁଁ ବେଶ ଆଶାବାଦୀ ମଧ୍ୟ ।’’

ଏହା ମଧ୍ୟ ପଢନ୍ତୁ:-Odisha Train Accident: ସିଗନାଲ ତ୍ରୁଟିରୁ ଘଟିଥିଲା ଟ୍ରେନ ଦୁର୍ଘଟଣା

ଚଳିତ ଜୁନ 2 ତାରିଖରେ ହୋଇଥିବା ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ସରକାରୀ ଭାବେ 295 ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । 1200 ଯାତ୍ରୀ ଆହତ ହୋଇଥିଲେ । ସ୍ଥିତି ଏତେ ଭୟଙ୍କର ହୋଇଥିଲା ଯେ ମୃତଦେହ ଚିହ୍ନଟ କରିବା ଓ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ମଧ୍ୟ ସରକାରଙ୍କ ପାଇଁ ବେଶ ଆହ୍ବାନପୂର୍ଣ୍ଣ ହୋଇଥିଲା । ଏବେ ସୁଦ୍ଧା ମଧ୍ୟ ଭୁବନେଶ୍ବର ଏମ୍ସରେ କିଛି ମୃତଦେହ ଚିହ୍ନଟ ହୋଇନପାରି ପଡିରହିଛି । ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି ରହିଛି । 3ଜଣ ରେଳ କର୍ମଚାରୀଙ୍କୁ ଦାୟିତ୍ବରେ ଅବହେଳା ପ୍ରଦର୍ଶନ ପାଇଁ ଗିରଫ ମଧ୍ୟ କରିଛି କେନ୍ଦ୍ରୀୟ ସଂସ୍ଥା । ଏହି ଦୁର୍ଘଟଣା ପରେ ରେଳଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷା ଓ ରେଳସେବାର ବୈଷୟିକ ସୁରକ୍ଷା ନେଇ ମଧ୍ୟ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.