ETV Bharat / bharat

କାବୁଲ ବିସ୍ଫୋରଣରେ ସାମିଲ ଥିଲେ ୧୪ କେରଳ ବାସିନ୍ଦା, ୨ ପାକିସ୍ତାନୀ ! - ISKP

କାବୁଲ ବିମାନ ବନ୍ଦର ବିସ୍ଫୋରଣ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଛି । ଠିକ ଏହି ସମୟରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଆକ୍ରମଣରେ କେରଳ ଓ ପାକିସ୍ତାନ ଲିଙ୍କ ଥିବା ଏକ ରିପୋର୍ଟରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

କାବୁଲ ବିସ୍ଫୋରଣ: ସାମିଲ ଥିଲେ ୧୪ କେରଳବାସୀ, ୨ ପାକିସ୍ତାନୀ

author img

By

Published : Aug 28, 2021, 1:23 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନ କାବୁଲ ବିମାନ ବନ୍ଦରରେ ହୋଇଥିବା ବିସ୍ଫୋରଣ ଏବେ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି । ରକ୍ତରେ ଭିଜୁଛି କାବୁଲ ମାଟି । ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର । ଏହି ବିସ୍ଫୋରଣରେ କେରଳ ଓ ପାକିସ୍ତାନ ଲିଙ୍କ ରହିଥିବା ସୂଚନା ମିଳିଛି । ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଅଫ ଖୁରାସନ ପ୍ରୋଭିନ୍ସ(ISKP)ରେ କେରଳରୁ ୧୪ ଜଣ ସାମିଲ ଅଛନ୍ତି । ଏହା ବ୍ୟତୀତ ତୁର୍କମେନିସ୍ତାନର ଦୂତାବାସ ଉପରେ ଆକ୍ରମଣ ଅଭିଯୋଗରେ ୨ ପାକିସ୍ତାନୀଙ୍କୁ ମଧ୍ୟ ହେପାଜତକୁ ନିଆଯାଇଛି ।

ବିସ୍ଫୋରଣରେ କେରଳ ବାସିନ୍ଦାଙ୍କୁ ସାମିଲ କରିବା ପାଇଁ ତାଲିବାନମାନେ ଆଫଗାନିସ୍ତାନରେ ଥିବା ବଗରମ ଜେଲରୁ ମୁକ୍ତ କରାଇଥିଲେ । ଏହି ୧୪ ଜଣ କେରଳର ମୂଳ ବାସିନ୍ଦା ହୋଇଥିବା ବେଳେ ସେମାନେ ISKPରେ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ କିଛି ଦିନ ପୂର୍ବରୁ ନିଜ ପରିବାର ସହିତ କଥା ହୋଇଥିଲା । ମାତ୍ର ଅନ୍ୟ ୧୩ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ସୂଚନା ଥାଉ କି ୨୦୧୪ ମସିହାରେ ଇରାକର ମୋସୁଲ ଠାରେ ଆତଙ୍କୀ ସଙ୍ଗଠନ ଇସଲାମିକ ଷ୍ଟେଟ ଆକ୍ରମଣ କରି କବଜା କରିବା ପରେ କେରଳରେ ମଲ୍ଲପୁରମ, କାସରଗୋଡ଼ ଓ କନ୍ନୁର ଜିଲ୍ଲାର ଏକ ଗୋଷ୍ଠୀ ଏହି ଆତଙ୍କୀମାନଙ୍କ ସହିତ ସାମିଲ ହେବା ପାଇଁ ଭାରତ ଛାଡ଼ିଥିଲେ । ଏମାନଙ୍କ ମଧ୍ୟରୁ କିଛି ପରିବାର ଆଫଗାନିସ୍ତାନର ନଙ୍ଗରହାରଠାରେ ରହିଥିଲେ ।

ତାଲିବାନମାନେ ନିଜର ଏହି ହିଂସା ଓ ନୃଶଂସ କାର୍ଯ୍ୟରେ କେରଳବାସୀଙ୍କୁ ସାମିଲ କରୁଛନ୍ତି । ଏପରି କରି ସେମାନେ ଭାରତର ଛବିକୁ ବିଶ୍ବ ଦରବାରରେ କ୍ଷତି ପହଞ୍ଚାଉଛନ୍ତି । ଏହି ପ୍ରସଙ୍ଗକୁ ନେଇ ଏବେ ଭାରତ ସରକାର ଚିନ୍ତାରେ ଥିବା ଜଣାପଡ଼ିଛି । ବିସ୍ଫୋରଣ ଘଟଣାକୁ ନେଇ ତାଲିବାନମାନେ ବିଶେଷ ଭାବରେ ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି । ସେପଟେ ଗତ ଅଗଷ୍ଟ ୨୬ ତାରିଖରେ କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ଘଟିବା ପରେ ଅଟକ ରହିଥିବା ପାକିସ୍ତାନ ନାଗରିକଙ୍କ ଠାରୁ IED ବୋମା ଜବତ କରାଯାଇଥିଲା ।

ଆଫଗାନିସ୍ତାନର ଏକ ରିପୋର୍ଟ ଅନୁସାରେ କାବୁଲ ପାକିସ୍ତାନର ଜିହାଦୀ ଗୋଷ୍ଠୀ 'ହକ୍କାନି ନେଟୱର୍କ'ର ନିୟନ୍ତ୍ରଣରେ ରହିଛି । ପାକିସ୍ତାନ ସୀମାକୁ ଆଫଗାନିସ୍ତାନର ନଙ୍ଗରହାର ଲାଗି ରହିଛି । ଏଥିଲାଗି ସେଠାରେ ଏହାର ପ୍ରଭାବ ରହିଛି । ସେପଟେ ISKP ପୂର୍ବରୁ ମଧ୍ୟ ହକ୍କାନି ନେଟୱର୍କ ସହିତ ମିଶି କାମ କରିଥିବା ଜଣାପଡ଼ିଛି । ସୂଚନା ଥାଉ କି ଗତ ଗୁରୁବାର କାବୁଲ ଏୟାରପୋର୍ଟରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଏହି ଅଘଟଣରେ ୧୪ ଆମେରିକୀୟ ସୈନ୍ୟ ଶହୀଦ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.