ETV Bharat / bharat

ଜାତୀୟ ସଙ୍ଗୀତକୁ ଅସମ୍ମାନ, ୧୪ଜଣଙ୍କୁ ଗିରଫ କଲା ପୋଲିସ

author img

By

Published : Jul 6, 2023, 3:53 PM IST

ଶ୍ରୀନଗରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯିବା ବେଳେ ଛିଡ଼ା ହୋଇ ନ ଥିବାରୁ 14 ଜଣଙ୍କୁ ଗିରଫ । ଅଧିକ ପଢନ୍ତୁ

14 people arrested
14 people arrested

ଶ୍ରୀନଗର: ଜାତୀୟ ସଙ୍ଗୀତକୁ ଅସମ୍ମାନ । ଗତ ଜୁନ ମାସରେ ଶ୍ରୀନଗରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯିବା ବେଳେ ଛିଡ଼ା ହୋଇ ନ ଥିବାରୁ 14 ଜଣଙ୍କୁ ଗିରଫ । ଏହି କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସମେତ ଜାମ୍ମୁ କାଶ୍ମୀରର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଡ୍ୟୁଟିରେ ଥାଇ ଦାୟିତ୍ୱହୀନତା ଦର୍ଶାଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଶ୍ରୀନଗର ଜି -20 ଶିଖର ସମ୍ମିଳନୀରେ ସାମିଲ ହେଲେ ହିନା ଖାନ, କାଶ୍ମୀରକୁ ନେଇ କହିଲେ ଏଭଳି

ସୂଚନା ମୁତାବକ, ଜାମ୍ମୁ କାଶ୍ମୀର ପୋଲିସ ଦ୍ବାରା ୨୫ ଜୁନରେ ଆୟୋଜିତ 'ପେଡାଲ୍ ଫର୍ ଶାନ୍ତି' କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । କିନ୍ତୁ ସେଠାରେ କିଛି ଲୋକ ଠିଆ ହୋଇନଥିଲେ । ବର୍ତ୍ତମାନ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଗିରଫ କରାଯାଇଛି । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, "ଜାମ୍ମୁ କାଶ୍ମୀର ପ୍ରଶାସନ ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।"

ଏହା ମଧ୍ୟ ପଢନ୍ତୁ- Bharat Jodo Yatra: ଭାରତ ଯୋଡ ଯାତ୍ରାର ଶେଷ ଦିନ, କାଶ୍ମୀରରେ ମେଗା ରାଲି ଆୟୋଜନ କରୁଛି କଂଗ୍ରେସ

ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚର ଧାରା 107 ଏବଂ 151 ଅନୁଯାୟୀ ଏହି 14 ଜଣଙ୍କୁ ଗିରଫ କରାଯାଇଛି । ଏହି ଦୁଇଟି ଧାରା ଅଧିକାରୀଙ୍କୁ ଅପରାଧ ସନ୍ଦେହରେ ଗିରଫ କିମ୍ବା ଅଟକ ରଖାଯାଇଥାଏ । ତେବେ ଗିରଫ ସମସ୍ତଙ୍କୁ କେନ୍ଦ୍ରୀୟ ଜେଲ୍‌କୁ ପଠାଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଏହି କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଉତ୍ସାହ, ଉତ୍ସର୍ଗ ଏଭଳି ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ଚଳିତ ବର୍ଷ 'ପେଡାଲ୍ ଫର୍ ଶାନ୍ତି'ରେ ଅଂଶଗ୍ରହଣ କରିଥିଲେ 8ଟି ବିଭାଗରେ 2,557 ସାଇକେଲ ଚାଳକ । 'ପେଡାଲ୍ ଫର୍ ଶାନ୍ତି' ହେଉଛି ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିର ପ୍ରତୀକ । ତେବେ ପ୍ରତ୍ୟେକ ଯୁବକମାନେ ପୂର୍ବରୁ ଥିବା କ୍ରୀଡ଼ା ଦକ୍ଷତାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.