ସୁନ୍ଦରପଦାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସିସିଟିଭିରେ ଦୃଶ୍ୟ କଏଦ

By ETV Bharat Odisha Team

Published : Feb 3, 2024, 10:34 AM IST

thumbnail

Youth attacked: ଭୁବନେଶ୍ବର: ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ହରିଆ ଛକ ନିକଟରେ ଏହି ଘଟଣା ଘଟିଛି । ସୂଚନା ମୁତାବକ, ସହରର ସୁନ୍ଦରପଦା ହରିଆ ଛକ ନିକଟରେ ପାପୁନ ଜେନା ନାମକ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଛନ୍ତି । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସେପଟେ ଏହି ଘଟଣା ସଂପର୍କରେ ଏୟାରଫିଲ୍ଡ ଥାନା ପୋଲିସକୁ ସୂଚନା ଦିଆଯାଇବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି । ଏହାସହିତ ଅନ୍ୟ ଅଭିଯୁକ୍ତଙ୍କ ଧରିବା ପାଇଁ ପୋଲିସର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ରାଜଧାନୀରେ ଏପରି ଆକ୍ରମଣ ଘଟଣା ବଢୁଥିବା ବେଳେ କମିଶନରେଟ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । 

ଏହା ମଧ୍ୟ ପଢନ୍ତୁ- ପୂର୍ବ ଶତୃତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ୩ ଗୁରୁତର

ଇଟଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.