ଯୋଗାଭ୍ୟାସ ମନ ଓ ଶରୀରକୁ ସୁସ୍ଥ ରଖେ - Yogotsav - YOGOTSAV

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 23, 2024, 9:31 AM IST

Yogotsav in Berhampur: ବ୍ରହ୍ମପୁର: ମଣିଷକୁ ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ସହ ମାନସିକ ଶାନ୍ତି ଏକାନ୍ତ ଆବଶ୍ୟକ ରହିଛି । ଶାରୀକ ଶକ୍ତି ବୃଦ୍ଧି କରିବ ସହ ମାନସିକ ଶାନ୍ତି ପାଇବା ପାଇଁ ଯୋଗ ସବୁଠାରୁ ଉପକାରୀ । ଯୋଗ ଅନେକ ଫାଇଦା ରହିଥିବା ବେଳେ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ସାରା ଦେଶରେ ୧୦୦ ଗୋଟି ସ୍ଥାନରେ ଯୋଗତ୍ସବ ପାଳନ କରାଯାଏ । ତେବେ ଏହା ମୋରାଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ  ଓ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ହୋଇ ଆସୁଥିବା ବେଳେ ଆମ ରାଜ୍ୟରେ ବ୍ରହ୍ମପୁର ସହରରେ କାର୍ଯ୍ୟକ୍ରମକୁ ସ୍ଥାନୀୟ ମହାନ୍ ସଂଘ ପକ୍ଷରୁ ଆୟୋଜନ କରାଯାଇଥିଲା ।

ଦେଶର ବିଭିନ୍ନ ପ୍ରାନ୍ତରେ ଆୟୋଜିତ ଅବସରରେ ସହରର ନୀଳକଣ୍ଠ ନଗର ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର ପରିସରରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଉତ୍ସବ-୨୪ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମହାନ୍ ସଂଘ ପ୍ରତିଷ୍ଠାତା ସୁଶାନ୍ତ କୁମାର ସାବତ , ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାକ୍ତନ କୁଳପତି ଜୟନ୍ତ ମହାପାତ୍ର, ଯୁକ୍ତ ଦୁଇ ପରିଷଦର ଉପସଚିବ କୂଳମଣି ଓଝା ଯୋଗ ଦେଇ ଯୋଗର ଇତିହାସ ଓ ଉପକାରିତା ଉପରେ ଆଲୋକପାତ କରିଥିଲେ । ଏଥି ସହ ଏପରି ଏକ କାର୍ଯ୍ୟକ୍ରମକୁ ମହାନ୍ ସଂଘ ପକ୍ଷରୁ ରେଶମ ସହରର ଠାରେ ଆୟୋଜନ କରାଯାଇଥିବାରୁ ଧନ୍ୟବାଦ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ-ପାଠପଢା ପ୍ରତି ଛୁଆମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି କି ? କରନ୍ତୁ ଏହି ଯୋଗାସନ

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.