thumbnail

By ETV Bharat Odisha Team

Published : Jun 6, 2024, 2:34 PM IST

ETV Bharat / Videos

ସ୍ବାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଲେ ସଧବା ନାରୀ - Savitri Brata

ନିଆଳି: ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଆଜି ପ୍ରତିଟି ଓଡିଆ ସଧବା ନାରୀ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ।  ମଥାରେ ସିନ୍ଦୁର, ହାତରେ ଚୁଡି ଓ ରଙ୍ଗ ବେରଙ୍ଗର ଶାଢୀ ପିନ୍ଧି ସତ୍ୟବାନଙ୍କ ପାଇଁ ପୂଜା କରୁଛନ୍ତି ପ୍ରତିବତା ନାରୀ । ଆଜି କଟକ ଜିଲ୍ଲା ବିଭିନ୍ନ ଗାଁ ଗହଳିରେ ଥିବା ଶୈବପୀଠ ଗୁଡ଼ିକରେ ମହିଳା ମାନଙ୍କ ଗହଳି ଲାଗିଛି ।  ମହଳା ମାନେ ସ୍ବାମୀଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ବିଶେଷ କରି ନିଆଳି ବ୍ଳକର ପ୍ରଭୁ ଶୋଭନେଶ୍ବରଙ୍କ ନିକଟରେ ପ୍ରବଳ ଗହଳି ହୋଇଥିବା ପରିଲକ୍ଷିତ ହୋଇଥିଲା ‌ । ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବିଭିନ୍ନ ଶୈବପୀଠରେ ମଧ୍ୟ ସାବିତ୍ରୀ ବ୍ରତ ଉପଲକ୍ଷେ ମନ୍ଦିରରେ ପୂଜା ପାଠ ପାଇଁ ଗହଳି ଲାଗିଛି । ଶୈବପୀଠ ବ୍ଯତିତ ପ୍ରତ୍ୟେକ ଘରେ ଚଉରାମୂଳେ ବ୍ରତ ପୂଜା କରୁଛନ୍ତି ସଧବା ନାରୀ ।  ଆଜିର ଦିନରେ ନୂଆ ଲୁଗା,ଫଳ, ଶଙ୍ଖା, ସିନ୍ଦୁର ଏ ସବୁ ମହିଳାଙ୍କ ବାପ ଘରୁ ଆସିବାର ପରମ୍ପରା ପ୍ରଚଳିତ ।‌

ଏହା ମଧ୍ୟ ପଢନ୍ତୁ-ପବିତ୍ର ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦିର୍ଘାୟୁ କାମନା କଲେ ସଧବା - Savitri Brata Celebrated In Rourkela

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.