ଲଗାଣ ବର୍ଷାରେ ବୁଡ଼ିଲା ସ୍ମାର୍ଟସିଟି, ଡ୍ରେନରେ ଗଳିପଡିଲେ ମହିଳା - WOMAN FALLS INTO DRAIN

By ETV Bharat Odisha Team

Published : Jul 30, 2024, 9:38 PM IST

thumbnail
Woman Falls Into Drain (ETV Bharat Odisha)

Woman Falls Into Drain: ଭୁବନେଶ୍ବର: ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ । ଏଭଳି ସମୟରେ ସାମ୍ନାକୁ ଆସିଛି ଏକ ରୋଚକ ଦୃଶ୍ୟ । ବର୍ଷାରେ ସାରା ସହର ବୁଡ଼ୁଥିବା ବେଳେ ଡ୍ରେନରେ ଜଣେ ମହିଳା ଗଳିପଡିଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଇସ୍କନ ପାଖରେ ଥିବା ଡ୍ରେନରେ ଜଣେ ମହିଳା ଗଳି ପଡ଼ିଥିଲେ । ରାସ୍ତା ପାର ହେଉଥିବା ସମୟରେ ପ୍ରବଳ ପାଣି ରାସ୍ତାରେ ଲହଡି ମାରୁଥିବାରୁ ମହିଳା ଜଣଙ୍କ ବାଟବଣା ହୋଇ ଡ୍ରେନରେ ଗଳିପଡିଥିଲେ । ସୌଭାଗ୍ୟବଶତଃ କିଛି ଲୋକ ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ଉଦ୍ଧାର କରିଥିଲେ । ଫଳରେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ ମହିଳା । ସେପଟେ ଏହାକୁ ନେଇ ବିଏମସିର ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀବାସୀ । କାରଣ ଗତ କିଛି ଦିନ ତଳେ ଜଣେ ନାବାଳାକ ଏହି ମୁକୁଳା ଡ୍ରେନରେ ପଡ଼ି ମୃତ୍ୟୁବରଣ କରିଥିଲା । ବର୍ଷା ଦିନ ପୂର୍ବରୁ ଭୁବନେଶ୍ବରର ସବୁ ଡ୍ରେନରେ ସ୍ଲାପ ପକାହେବ ବୋଲି କହିଥିଲା ବିଏମସି । ହେଲେ ବର୍ଷାଦିନ ଆସି ଅଧା ହେବାକୁ ବସିଥିବା ବେଳେ ଏଯାଏଁ ଚେତିଲାନି ବିଏମସି ।

ଏହା ମଧ୍ୟ ପଢ଼େନ୍ତୁ...ଘୂର୍ଣ୍ଣିବଳୟ ପ୍ରଭାବରେ ବଢିବ ବର୍ଷା, ଅଗଷ୍ଟ ପହିଲାରୁ ଭିଜିବ ଓଡ଼ିଶା - Rain In Odisha
 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.