thumbnail

By ETV Bharat Odisha Team

Published : Mar 23, 2024, 2:30 PM IST

ETV Bharat / Videos

ଷଣ୍ଢ ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ, ସିସିଟିଭିରେ କଏଦ ଭିଡିଓ - Woman dies in bull attack

Woman dies in bull attack in Ganjam: ବ୍ରହ୍ମପୁର: ଷଣ୍ଢ ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମହିଳା ଜଣକ ଚାଲି ଚାଲି ଯାଉଥିବା ବେଳେ, ଏକ ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଛି ।  ମୃତକ ଜଣକ ହେଲେ  ବି.ପୁରଷୋତ୍ତମଙ୍କ ପତ୍ନୀ ବି.କାମିଲି ପାତ୍ର । ଷଣ୍ଢ ଆକ୍ରମଣରେ ବୃଦ୍ଧାଙ୍କ ଯେପରି ମୃତ୍ୟୁ ଘଟିଲା ତାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 ଏହାମଧ୍ୟ ପଢନ୍ତୁ.. ରାମିଆଳ ନଦୀରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ - Womans Dead Body Rescued


ଗତକାଲି (ଶୁକ୍ରବାର) ଦିନ ମୃତ ବୃଦ୍ଧା ବି. କାମିଲି ସକାଳ ସମୟରେ ନିଜ ଘର ପାଖରେ କୌଣସି ଏକ କାମରେ ଯାଉଥିବା ବେଳେ ହଠାତ ଏକ ଷଣ୍ଢ ଜୋର ଧକ୍କା ଦେବାରୁ ମହିଳାଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ବୃଦ୍ଧା ଜଣଙ୍କ ରାସ୍ତା ଉପରେ ପଡି ଯାଇଥିଲେ । ପରବର୍ତ୍ତୀ ସମୟରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । 


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.