ETV Bharat / bharat

ବଦଲାପୁରରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଷ୍କର୍ମକାରୀ ସଫା - Badlapur Encounter

author img

By ETV Bharat Odisha Team

Published : 3 hours ago

Sexual Assault Accused Killed In Encounter; ମହାରାଷ୍ଟ୍ର ବଦଲାପୁରରୁ ଆସିଛି ବଡ଼ ଖବର। ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି। କ'ଣ ଥିଲା ପୂରା ମାମଲା ଏବଂ କାହିଁକି ଏନକାଉଣ୍ଟର କଲା ପୋଲିସ ଜାଣନ୍ତୁ।

BADLAPUR ENCOUNTER
BADLAPUR ENCOUNTER (ETV Bharat)

ମୁମ୍ବାଇ: ବଦଲାପୁର ଲଜ୍ଜାର ବଦଲା ନେଲା ପୋଲିସ। ଗତ ମାସରେ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି। ମହାରାଷ୍ଟ୍ର ବଦଲାପୁରର ଏକ ସ୍କୁଲରେ ଦୁଇ ନାବାଳିକା (3-4ବର୍ଷ)ଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ଆସିତିଲା। ଏପରିକି ଅଭିଭାବକ FIR ରଖିବାରେ ମଧ୍ୟ ବିଳମ୍ବ କରିଥିଲେ ଥାନା ଅଧିକାରୀ। ଯେଉଁଥିପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା। ମହାରାଷ୍ଟ୍ର ସରକାର ଏହି ମାମଲାକୁ ଗୁରୁତ୍ବର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇତିଲେ। ଆଉ ବର୍ତ୍ତମାନ ଅଭିଯୁକ୍ତ ଅକ୍ଷୟ ସିନ୍ଦେକୁ ଏନକାଉଣ୍ଟର କରିଛି ପୋଲିସ।

କ'ଣ ଥିଲା ପୂରା ଘଟଣା:

ପୀଡିତାଙ୍କ ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ 17 ତାରିଖ ଦିନ ସ୍କୁଲ ଶୌଚାଳୟରେ ସେମାନଙ୍କୁ ଦୁଷ୍କର୍ମ କରିଥିଲେ ସ୍କୁଲ ଆଟେଣ୍ଡାଣ୍ଟ । ଏନେଇ ଅଭିଭାବକଙ୍କୁ ଜଣାଇଥିଲେ ପୀଡିତା। ଆଉ ତା'ପରେ ଡାକ୍ତରୀ ମାଇନା କରାଯାଇଥିଲା। ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ।

ଅଭିଯୋଗ ପରେ ପ୍ରତିବାଦ:

ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାକୁ ନେଇ ତେଜିଥିଲା ପ୍ରତିବାଦ। ସ୍କୁଲରେ ସିସିଟିଭି କ୍ୟାମେରା ଥିଲେ ସୁଦ୍ଧା ତାହା କାମ କରୁନଥିବା କହିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏପରିକି ଆବଶ୍ୟକ ମୁତାବକ ମହିଳା ଷ୍ଟାଫ୍ ନଥିବା ମଧ୍ୟ ଜଣାପଡ଼ିଥିଲା। ଫଳରେ ପୀଡିତାଙ୍କ ଅଭିଭାବକଙ୍କ ସମେତ ସ୍ଥାନୀୟ ଲୋକେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ହୋଇ ସ୍କୁଲ ଭଙ୍ଗାରୁଜା କରିଥିଲେ। ଏହାସହ ରେଳ ଷ୍ଟେସନରେ ଧାରଣାରେ ବସିଥିଲେ ଆନ୍ଦୋଳନକାରୀ।

ପକ୍ସୋ ଆକ୍ଟରେ ମାମଲା:

ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲେ ସିନ୍ଦେ ସରକାର। ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବାବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏପରିକି ପୀଡିତାଙ୍କ ଅଭିଭାବକଙ୍କ ଅଭିଯୋଗ ଗ୍ରହଣ କରିନଥିବା ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କର ବଦଳି କରାଯାଇଥିଲା।

ଏହା ବି ପଢନ୍ତୁ...ରକ୍ଷକ ସାଜିଥିଲା ଭକ୍ଷକ, ନାବାଳିକା ଦୁଷ୍କର୍ମକାରୀ କନେଷ୍ଟବଳକୁ ଏଭଳି ସଜ୍ଜା ଶୁଣାଇଲେ କୋର୍ଟ - Minor Girl Rape Case

ଏହା ବି ପଢନ୍ତୁ...ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି - Minor Girl Rape Case

ଏହା ବି ପଢନ୍ତୁ...ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ - Major fiance meet Mohan Majhi

ଏହା ବି ପଢନ୍ତୁ...ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ଦେଖିବା ଡାଉନଲୋଡ କରିବା ଅପରାଧ - Child Pornography

କିପରି ହେଲା ଏନକାଉଣ୍ଟର:

ସୂଚନା ଅନୁସାରେ, ଅଭିଯୁକ୍ତ ଅକ୍ଷୟକୁ ଥାନେ ନିଆଯାଉଥିବାବେଳେ ସେ ଖସି ପଳାଇବାକୁ ଉଦ୍ୟମ କରୁଥିଲା। ସେହି ସମୟରେ ତାକୁ 3 ରାଉଣ୍ଡ ଗୁଳି ଚାଳନା କରିଥିଲା କ୍ରାଇମବ୍ରାଞ୍ଚ । ଫଳରେ ସେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଅକ୍ଷୟର ମୃତ୍ୟୁ ଘଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.