ଆଶ୍ଚର୍ଯ୍ୟ: ଟମାଟୋରେ ଉଭା ହେଲେ କାଳିଆ ଠାକୁର ! - Lord Jagannath

By ETV Bharat Odisha Team

Published : 2 hours ago

thumbnail
JAGANNATH IN TOMATO (ETV BHARAT ODISHA)

କଟକ: ଆଶ୍ଚର୍ଯ୍ୟ ! ଟମାଟୋରେ ଉଭା ହେଲେ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବାତ ପ୍ରଭୁ ଶ୍ରୀ ଜଗନ୍ନାଥ । ନାଲି ଟମାଟୋରେ ଦୃଶ୍ୟମାନ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରି ଚକା ଆଖି । ଦେଖିବା ମାତ୍ରେ ଏହା ମହାପ୍ରଭୁଙ୍କ ଶ୍ରୀମୁଖର ଭ୍ରମ ସୃଷ୍ଟି କରୁଛି । ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ଭାବବିହ୍ବଳ ହୋଇପଡିଛନ୍ତି ମହିଳା । ଏଭଳି ଘଟଣା ଘଟିଛି କଟକ ଗୋପାଳପୁର ବାସିନ୍ଦା ପୁଥୁଲ୍ ଭଟ୍ଟାଚାର୍ଯ୍ୟଙ୍କ ଘରେ ଦେଖିବାକୁ ମିଳିଛି । ଗତକାଲି ସେ ରୋଷେଇ କରିବା ପାଇଁ ଟମାଟୋ ଆଣିବା ବେଳେ ସେଥିରେ ଜଗନ୍ନାଥଙ୍କ ଚକାଆଖି ସଦୃଶ ଦୁଇଟି ଚିହ୍ନ ତାଙ୍କୁ ଦୃଶ୍ୟମାନ ହୋଇଥିଲା । ଏହାପରେ ପରିବାର ଲୋକଙ୍କୁ ଜଣାଇବା ପରେ ଟମାଟୋଟିକୁ ଠାକୁର ଘରେ ରଖି ପୂଜାର୍ଚ୍ଚନା କରିଥିଲେ । ଟମାଟୋରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହ୍ୱଳ ସାରା ପରିବାର । ଘରେ ବର୍ତ୍ତମାନ ଆଧ୍ୟାତ୍ମିକ ପରିବେଶ ଓ ପୂଜାର ମାହୋଲ । ଏନେଇ ପୁଥୁଲ୍ ଭଟ୍ଟାଚାର୍ଯ୍ୟ କହିଛନ୍ତି,'' ଚିଲି ପନିରି କରିବା ପାଇଁ ଡାଲାରୁ ଟମାଟୋ ଆଣିବା ବେଳେ ଗୋଟିଏ ଟମାଟୋରେ କାଳିଆ ଠାକୁରଙ୍କୁ ଦେଖିଥିଲି । ଜଗନ୍ନାଥ ଆମ ଘରକୁ ଆସିବାଥିବାରୁ ପୁରା ପରିବାର ଭାବ ବିହ୍ବଳ ହୋଇପଡିଲେ । ଠାକୁର ଘରେ ଠାକୁରଙ୍କୁ ପୂଜା କରୁଛି । ଘରକୁ କାଳିଆ ଆସିଥିବାରୁ ଆମେ ବହୁତ ଖୁସି । ''

ଏହା ମଧ୍ୟ ପଢନ୍ତୁ-ଅଲୌକିକ ଶୈବପୀଠ; ଶିବ ଲିଙ୍ଗରେ ପାଣି ଢାଳିଲେ ଆପେ ଆପେ ଉଭାନ ପାଣି ! କ'ଣ ରହିଛି କିମ୍ବଦନ୍ତୀ ? - Sikuan Famous Shiva Temple

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.