ଭଦ୍ରକରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ: ନିଷ୍କାସିତ ହୋଇପାରୁନି ବର୍ଷା ଜଳ, ବୁଡି ଯାଉଛି ଅଧା ସହର - heavy rainfall

By ETV Bharat Odisha Team

Published : Aug 22, 2024, 1:00 PM IST

thumbnail
WATERLOGGING IN BHADRAK (ETV BHARAT ODISHA)

ଭଦ୍ରକ: ଲଘୁଚାପ ଜନିତ ପ୍ରଭାବ ଯୋଗୁ ଭଦ୍ରକ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । କିଛି ଅଞ୍ଚଳରେ ମୂଷଳ ଧାରାରେ ବର୍ଷା ଲାଗି ରହିଥିବା ଯୋଗୁଁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ଏପରି ସ୍ଥିତିରେ ଡ୍ରେନେଜ୍‌ ସୁବିଧା ନଥବାରୁ, ବିଭିନ୍ନ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଯାହା ଫଳରେ ଲୋକମାନେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ଯାଇଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଘନ ଘନ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି । ତେଣୁ ଏହି ପରି ସ୍ଥିତିରେ ଜନ ଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ମାସ ଭଦ୍ରକ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ସୂଚନା ମିଳିଛି । ଆଗକୁ ବଡ଼ ବର୍ଷା ଏବଂ ବନ୍ୟା ଆଶଙ୍କା ରହିଛି । ହେଲେ ସହରରେ ତ୍ରୁଟିପୂର୍ଣ୍ଣ ଏବଂ ବାଧାପ୍ରାପ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସହରକୁ ଜଳାପୂର୍ଣ୍ଣ କରିବ,ଏଥ‌ିରେ ସନ୍ଦେହ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରି ପରିସ୍ଥିତିରେ ଭଦ୍ରକ ପୌରପାଳିକା ଏବଂ ଭଦ୍ରକ ଡ୍ରେନେଜ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ । ତେବେ ଜଳ ନିଷ୍କାସନ ବ୍ଯବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 12 କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ସରି କିଛି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ସମାପ୍ତ ହେଲେ ଜଳ ନିଷ୍କାସନ ବ୍ୟବସ୍ଥା ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି । 

ଏହା ମଧ୍ୟ ପଢନ୍ତୁ-ଯୁଆଡ଼େ ଦେଖ ବିଏମସିର ସବୁ ମୁକୁଳା, ସ୍ବେରେଜ ଅଘଟଣ ପରେ ଏବେ ଡ୍ରେନେଜ୍

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.