ଯାଜପୁରରେ ବ୍ୟାସ ଧୂନ ମ୍ୟୁଜିକାଲ ନାଇଟ, ଚାରଚାନ୍ଦ ଲଗାଇଲେ ବଲିଉଡ ସିଙ୍ଗର

By ETV Bharat Odisha Team

Published : Jan 21, 2024, 3:40 PM IST

thumbnail

Vyasa Dhoon Musical Night: ଯାଜପୁର: ଜିଲ୍ଲାର ବ୍ୟାସନଗର ସ୍ଥିତ ଏନ.ସି ହାଇସ୍କୁଲର ପୁରାତନ ଛାତ୍ର ସଂସଦ ପକ୍ଷରୁ ବ୍ୟାସ ଧୂନ ମ୍ୟୁଜିକାଲ ନାଇଟ ଅନୁଷ୍ଠିତ । ଏହି ଉତ୍ସବ ବିଧାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ବ୍ୟାସ ଧୂମ ମ୍ୟୁଜିକାଲ ନାଇଟ ଉତ୍ସବରେ କୋରେଇ ବିଧାୟକ ଅଶୋକ କୁମାର ବଳ,ମୋ କଲେଜ ଅଧକ୍ଷ ଆକାଶ ଦାସ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ l ଗତକାଲିର ଏହି କାର୍ଯ୍ୟକ୍ରମରେ ବଲିଉଡ କଣ୍ଠଶିଳ୍ପୀ ମହମ୍ମଦ ଦାନିସ୍ ଓ ଚେତନା ଭରଦ୍ୱାଜଙ୍କ ଗୀତରେ ଝୁମି ଉଠିଥିଲା ବ୍ୟାସନଗର ସହର l ଏଥିସହ ଏ.ସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଦେହୁରୀ ଓ ହାଇସ୍କୁଲର ପୁରାତନ ଛାତ୍ର ରଞ୍ଜିତ ରାଉତଙ୍କୁ ସମ୍ମାନିତ କରାଯାଇଥିଲା । 
ଏହା ମଧ୍ୟ ପଢନ୍ତୁ- ଜୟଦେବ ଗୌରବ ସମ୍ମାନ ୨୦୨୩: ଦ୍ବିତୀୟ ସନ୍ଧ୍ୟାରେ ଧୁମ ମଚାଇଲେ ଓଲିଉଡ କଳାକାର, ଆଜିର ଅତିଥି ଅଭିନେତା ସୁନୀଲ ଶେଟ୍ଟୀ

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.