ନବରଙ୍ଗପୁରରେ କଙ୍ଗାରୁ କୋର୍ଟ, ଯୁବତୀ ଓ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ - Kangaroo Court In Nabarangpur

By ETV Bharat Odisha Team

Published : Jul 4, 2024, 12:05 PM IST

thumbnail
ନବରଙ୍ଗପୁରରେ କଙ୍ଗାରୁ କୋର୍ଟ, ଯୁବତୀ ଓ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ (ETV Bharat Odisha)

ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ। ଦୁଇ ପ୍ରେମୀ ଯୁଗଳଙ୍କୁ କପଡ଼ାରେ ଆଖି ବାନ୍ଧି ନିର୍ଧୁମ ମାଡ଼ ମାରିଛନ୍ତି ଗ୍ରାମବାସୀ । ପ୍ରେମୀ ଯୁଗଳ ମାଡ଼ ନ ମାରିବାକୁ ଆକୁଳ ନିବେଦନ କରିଥିଲେ ସୁଦ୍ଧା କୌଣସି ଦୟା ନ ଦେଖାଇ ଆଖିବୁଜା ମାଡ଼ ମାରିଛନ୍ତି । ତେବେ ଏହି କଙ୍ଗାରୁ କୋର୍ଟର ଭିଡିଓ ଭାଇରାଲ ହୋଉଛି । ସୂଚନା ଅନୁଯାୟୀ ଝରିଗାଁ ବ୍ଲକର ଜଣେ ବିବାହିତ ଯୁବକ ଡାବୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀକୁ ପ୍ରେମ କରୁଥିଲେ । ଉଭୟେ ପରକୀୟା ସଂପର୍କରେ ରଖିଥିବା ନେଇ ଜାଣିବା ପରେ କିଛି ଗ୍ରାମବାସୀ ପ୍ରେମୀ ଯୁଗଳଙ୍କୁ ଧରି ଆଖିରେ ପଟି ବାନ୍ଧି ସର୍ବ ସମ୍ମୁଖରେ ନିର୍ଧୁମ ଛେଚିଥିଲେ। ଦୁଇ ପ୍ରେମିଯୁଗଳ ସେମାନଙ୍କ କବଳରୁ ଖସିଯିବା ନେଇ କୌଣସି ସମ୍ଭାବନା ନ ଥିବାରୁ ଛାଡି ଦେବାକୁ ବହୁ ନେହୁରା ହୋଇଥିଲେ ମଧ୍ୟ ଗ୍ରାମବାସୀ ଶୁଣିନଥିଲେ । ତେବେ ସେହି ସମୟରେ ପ୍ରେମୀ ଯୁଗଳଙ୍କୁ ମାଡ଼ ମାରୁଥିବାର ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଯାହାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଏନେଇ ଡାବୁଗାଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ପ୍ରକାଶ କରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.