ବାଇକକୁ ଧକ୍କା ଦେଇ 2 କିମି ଘୋଷଡି ନେଲା ଟ୍ରକ, ଦେଖନ୍ତୁ ଏହି ଲୋମଟାଙ୍କୁରା ଦୃଶ୍ୟ - bike dragged by Lorry - BIKE DRAGGED BY LORRY
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/18-04-2024/640-480-21251428-thumbnail-16x9-truck.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 18, 2024, 8:04 AM IST
|Updated : Apr 18, 2024, 8:14 AM IST
ହାଇଦ୍ରାବାଦ: ‘ହିଟ୍ ଆଣ୍ଡ ଡ୍ରାଗ୍’ର ଆଉ ଏକ ବିଚଳିତ କରିବା ପରି ଘଟଣା ସାମ୍ନାକୁ ଆସିଛି । ହାଇଦ୍ରାବାଦରେ ବାଇକକୁ ଧକ୍କା ଦେବା ପରେ ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ଟ୍ରକ । ବାଇକ ଆରୋହୀ ଜଣକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ଟ୍ରକର କ୍ୟାବିନ ଫୁଟରେଷ୍ଟରେ ଓହଳି ରହି ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ସେ ଗାଡି ରଖିବା ପାଇଁ ଚିତ୍କାର କରୁଥିଲେ ହେଲେ ଟ୍ରକକୁ ଦୁଇ କିମି ପର୍ଯ୍ୟନ୍ତ ଚଳାଇ ନେଇଥିଲେ ଡ୍ରାଇଭର । ପଛରେ ଯାଉଥିବା ଅନ୍ୟ କିଛି ଯାତ୍ରୀ ଏହି ଭିଡିଓ ଉତ୍ତୋଳନ କରିବା ସହ ଟ୍ରକକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ଟ୍ରକ ଡ୍ରାଇଭର ଅଟକି ନଥିଲେ । ଏଲ.ବି ନଗର ପଟୁ ଦୃତଗତିରେ ଆସି ବନସ୍ଥଳୀପୁରମରେ ଡ୍ରାଇଭର ଜଣକ ଟ୍ରକ ରୋକିବା ସହ ସିଧା ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଘଟଣାର ଭିଡିଓ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ