ପିକଅପ୍ ଭ୍ୟାନକୁ ଧକ୍କା ଦେଲା କଣ୍ଟେନର, 2 ଶ୍ରମିକ ମୃତ - SAMBALPUR ROAD ACCIDENT
🎬 Watch Now: Feature Video
Published : Nov 10, 2024, 10:58 PM IST
ସମ୍ବଲପୁର: ପିକଅପ୍ ଭ୍ୟାନକୁ ଧକ୍କା ଦେଲା କଣ୍ଟେନର । 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସମ୍ବଲପୁର କୁଦୋପାଲ୍ଲୀ ଅଞ୍ଚଳରେ ଘଟିଛି । ଆଜି ଶ୍ରମିକମାନେ ସମ୍ବଲପୁର ସିନ୍ଦୁରପଙ୍କରୁ କେନ୍ଦଘାଟିକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ଏସଡ଼ିପିଓ ତୋଫାନ ବାଗ କହିଛନ୍ତି," ରାୟଗଡା,ବିହାର ଓ ଆନ୍ଧ୍ର ପ୍ରଦେଶ ଅଞ୍ଚଳର କିଛି ଶ୍ରମିକ କେନ୍ଦଘାଟି ଅଞ୍ଚଳରେ ରହି ରେଳବାଇ କର୍ଲଭର୍ଟ କାର୍ଯ୍ୟ କରୁଥିଲେ । ଏହି ଶ୍ରମିକମାନଙ୍କ ମଧ୍ୟରୁ 9 ଜଣ ଆଜି ସନ୍ଧ୍ୟାରେ ଏକ ପିକଅପ ଗାଡ଼ିରେ ସମ୍ବଲପୁର ସହରର ସିନ୍ଦୁରପଙ୍କ ଅଞ୍ଚଳକୁ ବଜାର କରିବା ପାଇଁ ଆସିଥିଲେ । ଶ୍ରମିକମାନେ ନିଜ କାର୍ଯ୍ୟ ସାରି କେନ୍ଦଘାଟି ସ୍ଥିତ ଘରକୁ ଫେରୁଥିବା ସମୟରେ ମୁମ୍ବାଇ କୋଲକାତା ଜାତୀୟ ରାଜପଥ କୁଦୋପାଲ୍ଲୀ ନିକଟରେ ଏକ କଣ୍ଟେନର ପଛପଟୁ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁର ମେଡ଼ିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । "
"ତେବେ ଅନ୍ୟ 7 ଜଣ ଗୁରୁତରଙ୍କ ମଧ୍ୟରୁ 4 ଜଣଙ୍କୁ ବୁର୍ଲା ଭୀମସାର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ରହିଛି l ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ l"
ଏହା ମଧ୍ୟ ପଢନ୍ତୁ ....ଗଛକୁ ପିଟି ଓଲଟି ପଡିଲା ବସ: ଡ୍ରାଇଭର ମୃତ, 30ରୁ ଊର୍ଦ୍ଧ୍ବ ଆହତ
ଇଟିଭି ଭାରତ, ସମ୍ବଲପୁର