ନ୍ୟାୟ ଦାବିରେ ଧାରଣା, ଥାନା ଆଗରେ ବସିଲେ ଆଦିବାସୀ ସଂଘର ସଦସ୍ୟ - Protest For Justice

🎬 Watch Now: Feature Video

thumbnail

ଖୋର୍ଦ୍ଧା: ହତ୍ୟାକାରୀକୁ ଗିରଫ କରିବା ଦାବିରେ ବେଗୁନିଆ ଥାନା ଘେରିଛନ୍ତି ଆଦିବାସୀ । ସୂଚନା ଅନୁଯାୟୀ, ଗତ ଜୁନ ମାସରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପଦା ଗ୍ରାମର ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାୟାଇଥିଲା। ବ୍ୟକ୍ତି ଜଣଙ୍କ ଟିକାତାଳ ଗ୍ରାମର ସମୀର ନାଏକ ବୋଲି ଜଣାପଡ଼ିଥିଲା । ମୃତକଙ୍କ ପରିବାର ବେଗୁନିଆ ଥାନାରେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ବେଗୁନିଆ ପୋଲିସ ହତ୍ୟାକାରୀଙ୍କୁ ଗିରଫ ନକରିବା ଅଭିଯୋଗରେ ପ୍ରତିବାଦ କରିଛନ୍ତି ଅଞ୍ଚଳବାସୀ। ନୀଳମାଧବ ଆଦିବାସୀ ସଂଘ, ନବନିର୍ମାଣ କୃଷକ ସଂଗଠକ, ଆମ ଆଦମୀ ପାର୍ଟି ଓ ଆଦିବାସୀ ମହିଳାମାନେ ଏକତ୍ରିତ ହୋଇ ବେଗୁନିଆ ଥାନା ସାମ୍ନାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢ଼ନ୍ତୁ...ମମତାଙ୍କ କଥା ମାନିଲେ ଜୁନିୟର ଡାକ୍ତର, ୪୧ ଦିନ ପରେ ଏମରଜେନ୍ସି ଡ୍ୟୁଟିକୁ ଫେରିବେ - RG Kar Case

ଏହା ମଧ୍ୟ ପଢ଼ନ୍ତୁ...କନ୍ୟା ଦିବସରେ ଝିଅ ପାଇଁ ଲଢେଇ: ପୀଡିତାଙ୍କ ବାପା Vs ନିଲମ୍ବିତ ASIଙ୍କ ମା’ - Justice For daughters

ହତ୍ୟାକାରୀକୁ ଗିରଫ କରିବା ପାଇଁ ଅଡି ବସିଛନ୍ତି ଆନ୍ଦୋଳନ କାରୀ । ବେଗୁନିଆ ଥାନା ଦୁର୍ନୀତିଖୋରମାନଙ୍କ ପାଇଁ କର୍ମସ୍ଥଳୀ ପାଲଟିଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ସେପଟେ ଖବର ପାଇ ଖୋର୍ଦ୍ଧା ଏସଡିପିଓ ଅନିଲ ମହାନ୍ତି ଧାରଣା ଦେଇଥିବା ଆଦିବାସୀଙ୍କ ସହ ଆଲୋଚନା କରି ବିଫଳ ହୋଇଥିବା ଜଣାପଡିଛି ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.