୨୧ ଦଫା ଦାବି ନେଇ ଆଦିବାସୀଙ୍କ ବିକ୍ଷୋଭ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - Tribal Union Stage Protest

By ETV Bharat Odisha Team

Published : Jun 22, 2024, 9:10 PM IST

thumbnail
Tribal Union Stage Protest (ETV Bharat Odisha)

Tribal Union Stage Protest: ନବରଙ୍ଗପୁର: ୨୧ ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଆଦିବାସୀ । ନବରଙ୍ଗପୁର ଜଙ୍ଗଲ ଅଧିକାର ଆଇନ ଉଲଙ୍ଘନ ବନ୍ଦ କରିବା, ବେଆଇନ ଜମି ଅଧିଗ୍ରହଣ ବନ୍ଦ କରିବା, ପେସା ଆଇନ୍ ଲାଗୁ କରିବା ସହିତ ୨୧ ଦଫା ଦାବି ନେଇ ଓଡିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ମଞ୍ଚ ଜିଲ୍ଲା ଆବାହକ ରାଜେଶ ଜାନୀ, ରାଜ୍ୟ ସମ୍ପାଦକ ସାଲ ମାରାଣ୍ଡିଙ୍କ ନେତୃତ୍ବରେ ଶତାଧିକ ଆଦିବାସୀ ପୁରୁଷ ମହିଳା ଚାଉଁରିଆ ଗୁଡା ଠାରୁ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ। କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳ ଡ.କମଳଲୋଚ ମିଶ୍ରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ଗ୍ରହଣ କରି ଏନେଇ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ଜିଲ୍ଲାପାଳ ଡଃ ମିଶ୍ର ଦାବିପତ୍ର ଗ୍ରହଣ କରି ଆଗାମୀ ୮ରୁ ୧୦ ଦିନ ମଧ୍ୟରେ ମଞ୍ଚ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ତେବେ ପ୍ରଥମଥର ପାଇଁ ଆନ୍ଦୋଳନକାରୀଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଖୋଲାଥିବାରୁ ମଞ୍ଚ ପକ୍ଷରୁ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.. ରାସ୍ତା ବିବାଦକୁ ନେଇ ତହସିଲ ଅଫିସ୍ ଘେରିଲେ ଗ୍ରାମବାସୀ - Sinkol Road Problem

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.