ସେରୁବନ୍ଧ ଖଣି ଖନନକୁ ବିରୋଧ, ଫେରିଗଲେ କେନ୍ଦ୍ର ଖଣିମନ୍ତ୍ରୀ ସତୀଶଚନ୍ଦ୍ର ଦୁବେ - PROTEST AGAINST VEDANTA - PROTEST AGAINST VEDANTA
🎬 Watch Now: Feature Video
Published : Aug 11, 2024, 6:00 PM IST
PROTEST AGAINST VEDANTA: କୋରାପୁଟ: ବକ୍ସସାଇଟ ଖନନକୁ ଜୋରଦାର ବିରୋଧ । ଫେରିଗଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ । ଆଜି ନାଲକୋ ତରଫରୁ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗର ସେରୁବନ୍ଧ ଖଣିରୁ ବକ୍ସସାଇଟ ଖନନ ପାଇଁ ଭୂମିପୂଜା କରିବା କାର୍ଯ୍ୟକ୍ରମ ଥିଲା । ପୂର୍ବ ନିର୍ଦ୍ଧାରିତ ଆନୁସାରେ କେନ୍ଦ୍ର ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶଚନ୍ଦ୍ର ଦୁବେ ବିଶାଖାପାଟଣାର ବିମାନ ବନ୍ଦରରୁ ପହଞ୍ଚିଥିଲେ । ପରେ ନାଲକୋ CMD, ନାଲକୋ ଅଧିକାରୀ, କୋରାପୁଟ ଜିଲ୍ଲାପାଳ,ଏସପି, କୋରାପୁଟ ବିଧାୟକ ସମସ୍ତେ ଭୂମିପୂଜନ ପାଇଁ ଥୁରିୟା ନିକଟରେ ପହଞ୍ଚିଥିଲେ । ହେଲେ ଭୂମିପୂଜନକୁ ଯିବା ଆଗରୁ ରାସ୍ତା ଉପରେ ସେରୁବନ୍ଧ ଅଞ୍ଚଳର ପ୍ରଭାବିତ ଗ୍ରାମବାସୀମାନେ ଭୂମି ପୂଜନକୁ ଜୋରଦାର ବିରୋଧ କରି ପ୍ରତିବାଦ କରିଥିଲେ ।
ଏନେଇ ଜିଲ୍ଲାପାଳ,ଏସପି ଏବଂ ଜନ ପ୍ରତିନିଧି ସମସ୍ତେ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକମାନେ ସେମାନଙ୍କ ଜିଦରେ ଅଟଳ ରହିଥିଲେ । ପାଖପାଖି 20ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସେମାନେ ଦାବି କରିଥିଲେ ଯେ ସେମାନଙ୍କ ସମସ୍ୟା କେହି ବୁଝୁ ନାହାନ୍ତି, ତେଣୁ ଖଣି ଖନନ ପୂର୍ବରୁ ତାଙ୍କ ସହ ପ୍ରଥମେ ଆଲୋଚନା କରାଯାଉ । ତେବେ ଲୋକଙ୍କ ବିରୋଧ ଫଳରେ ମନ୍ତ୍ରୀ ନାଲକୋ ଗେଷ୍ଟ ହାଉସକୁ ଯାଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପୁଣି ଥରେ ଭୂମି ପୂଜନ ପାଇଁ ତାରିଖ ଘୋଷଣା ବୋଲି ସୂଚନା ମିିଳିଛି ।
ଏହା ମଧ୍ୟ ପଢନ୍ତୁ ....ମହାପ୍ରଭୁଙ୍କ ନାଁରେ ଥିବା ଖଣିରେ ବ୍ୟାପକ ଘୋଟାଲା; ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ - Lord Jagannath Land Asset Scam
ଇଟିଭି ଭାରତ,କୋରାପୁଟ