ମାନବିକତା ଦେଖାଇଲେ ପରିବହନ ମନ୍ତ୍ରୀ, ଦୁର୍ଘଟଣା ଆହତଙ୍କୁ ପଠାଇଲେ ହସ୍ପିଟାଲ - MINISTER HELP ACCIDENT VICTIM - MINISTER HELP ACCIDENT VICTIM
🎬 Watch Now: Feature Video
Published : Jun 17, 2024, 9:27 AM IST
ବ୍ରହ୍ମପୁର: ମାନବିକତା ଦେଖାଇଲେ ମୋହନ ସରକାରର ନୂଆ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ନିଜ ଅଞ୍ଚଳକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇ ଆହତ ହୋଇଥିବା ଜଣେ ଟ୍ରକ ଡ୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଛନ୍ତି ବିଭୂତି । ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳୀର ଜାତୀୟ ରାଜପଥ-୧୬ ଅନ୍ତର୍ଗତ ହଳଦିଆପଦର ଓଭରବ୍ରିଜ ନିକଟରେ ଦୁଇ ଟ୍ରକ ମଧ୍ୟରେ ଧକ୍କା ହେବା ଯୋଗୁଁ ଜଣେ ଟ୍ରକ ଡ୍ରାଇଭର ଆହତ ହୋଇଥିଲେ । ଏହି ସମୟରେ ରାଜଧାନୀ ଭୁବନେଶ୍ବରରୁ ନିଜ ଅଞ୍ଚଳକୁ ଫେରୁଥିବା ମନ୍ତ୍ରୀ ବିଭୂତି ରାସ୍ତାରେ ନିଜ କାରକେଡ ଅଟକାଇ ରାସ୍ତାକଡରେ ପଡିଥିବା ଆହତଙ୍କୁ ଉଦ୍ଧାର କରି ନିଜ ସହଯୋଗୀଙ୍କ ଜରିଆରେ ହସ୍ପିଟାଲରେ ଭର୍ତ୍ତି କରିବାର ସମସ୍ତ ବ୍ୟବସ୍ଥା କରିଥିଲେ । ରାଜ୍ୟରେ ନୂତନ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରାଯାଉଥିବା ବେଳେ ଏଭଳି ସମୟରେ ରାଜ୍ୟର ଜଣେ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କର ଏଭଳି ମାନବିକତାପୂର୍ଣ୍ଣ କାର୍ଯ୍ୟକୁ ମଧ୍ୟ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ଇଟିଭି ଭାରତ, ବ୍ରହ୍ମପୁର