thumbnail

By ETV Bharat Odisha Team

Published : Jun 6, 2024, 7:51 PM IST

ETV Bharat / Videos

ସାବିତ୍ରୀ ବ୍ରତ: ବିଶ୍ୱର କଲ୍ୟାଣ ସହ ଗୁରୁଙ୍କ ଦୀର୍ଘାୟୁ କାମନା କଲେ କିନ୍ନର - savitri brata of transgenders

SAVITRI BRATA OF TRANSGENDERS:ଭୁବନେଶ୍ବର: ବିଶ୍ୱର କଲ୍ୟାଣ ସହ ଗୁରୁଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ପାଳିଲେ କିନ୍ନର । ଆଜି ହେଉଛି ସାବିତ୍ରୀ ବ୍ରତ । ସଧବା ମହିଳାମାନେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଥିବା ବେଳେ ବର ଗଛ ମୂଳେ ସାବିତ୍ରୀ ପାଳୁଛନ୍ତି କିନ୍ନର । ବିଶ୍ୱର କଲ୍ୟାଣ ସହ ଗୁରୁଙ୍କ ଦୀର୍ଘାୟୁ କାମନା କରି ରାଜଧାନୀର ପଳାଶପଲ୍ଲୀ ନିକଟରେ ଓଡ଼ିଶା କିନ୍ନର ଆଖଡ଼ା ତରଫରୁ ପକ୍ଷରୁ ସାବିତ୍ରୀ ବ୍ରତ ଆଡମ୍ବରରେ ପାଳନ କରାଯାଇଛି । ହିନ୍ଦୁ ପରମ୍ପରା ଅନୁଯାୟୀ ସପ୍ତ ଶିଙ୍ଗାରରେ ସଜେଇ ହୋଇ ସାବିତ୍ରୀ ପାଳିଛନ୍ତି କିନ୍ନର । ମନରେ ଗୁରୁଙ୍କ ମଙ୍ଗଳ କାମନା କରି ବରଗଛ ମୂଳେ କିନ୍ନରମାନେ ପୂଜାର୍ଚ୍ଚନା ବେଶ ସୁନ୍ଦର ଭାବେ ସମ୍ପାଦନା କରିଛନ୍ତି । 

ନିଷ୍ଠା ଓ ଶ୍ରଦ୍ଧାର ସହ ଏମାନେ ପୂଜା କରୁଥିବା ବେଳେ ଧୂପ ଦୀପ ନୈବେଦ୍ୟ ସାଙ୍ଗକୁ ଘଣ୍ଟ ଘଣ୍ଟି ଓ ହୁଳହୁଳୀରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । କେବଳ ଗୁରୁ ନୁହନ୍ତି ସମସ୍ତ ପୁରୁଷ ସମାଜଙ୍କ ପାଇଁ କିନ୍ନରମାନେ ଦୀର୍ଘାୟୁ କାମନା କରିଥିବା କହିଛନ୍ତି । ଏହି ଅବସରରେ ନିଷ୍ଠାର ସହ ପୂଜା କରିଲେ ନିଶ୍ଚୟ ଭଲପାଉଥିବା ମଣିଷ ଭଲରେ ଓ ସୁସ୍ଥରେ ରହିବ ବୋଲି କହିଛନ୍ତି କିନ୍ନର ଆଖଡ଼ାର ସଭାପତି ମୀରା ପରିଡ଼ା । 

ଏହା ମଧ୍ୟ ପଢନ୍ତୁ ....କିନ୍ନର ପାଳିଲେ ସାବିତ୍ରୀ, ଗୁରୁଙ୍କ ଶୁଭକାମନା କରି ମନାସିଛନ୍ତି ବ୍ରତ - Transgenders Celebrate Savitri Brata
 

ଇଟିଭି ଭାରତ,ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.