ଭାଲୁ ଘଉଡ଼ାଇବା ବେଳେ ଅଘଟଣ, ଟ୍ରାଙ୍କୁଲାଇଜ ଗୁଳି ବାଜି ଫରେଷ୍ଟର ଗୁରୁତର - Forester tranquilizer

By ETV Bharat Odisha Team

Published : Sep 10, 2024, 10:59 PM IST

thumbnail
FORESTER TRANQUILIZER (ETV Bharat Odisha)

FORESTER TRANQUILIZER: ଢେଙ୍କାନାଳ: କେରଜୁଳି ଗାଁରେ ଭାଲୁ ଆତଙ୍କ । ବନ ବିଭାଗ ଭାଲୁକୁ ଟ୍ରାଙ୍କୁଲାଇଜ କରିବା ସମୟରେ ଫରେଷ୍ଟରଙ୍କୁ ବାଜିଲା ଟ୍ରାଙ୍କୁଲାଇଜ ଗୁଳି । ଗୁରୁତର ଫରେଷ୍ଟର ଜଣକ ହେଲେ ଢେଙ୍କାନାଳ ବିରାଶାଳ ସେକ୍ସନର ଫରେଷ୍ଟର ଦୀପକ ସାହୁୁ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି (ମଙ୍ଗଳବାର) ଦିନ ୯ଟାରେ ନିକଟସ୍ଥ ଜଙ୍ଗଲରୁ କେରଜୁଳି ଗ୍ରାମକୁ ଭାଲୁଟି ପିଶିଥିଲା । ପରେ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ୍‌ ପହଞ୍ଚି ଭାଲୁକୁ ଘଉଡାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ସଙ୍ଗେ ସଙ୍ଗେ କପିଳାଶ ରାପିଡ ରେସ୍କ୍ୟୁ ଟିମକୁ (RRT) ଡକାଇଥିଲେ । ଟିମ୍‌ ପହଞ୍ଚି ଟ୍ରାଙ୍କୁଲାଇଜ ପ୍ରକ୍ରିୟା ଆରମ୍ଭ କରିଥିଲା । ସେଥିରେ ଭାଲୁଟି ଅଚେତ୍ ନହେବା ଫଳରେ ଦ୍ୱିତୀୟ ଡୋଜ ଟ୍ରାଙ୍କୁଲାଇଜ କରିବାକୁ ଯାଉଥିବା ବେଳେ ଭାଲୁଟି ଆକ୍ରମଣ କରିବା ପାଇଁ ଗୋଡାଇ ଥିଲା । ତେବେ ଦୌଡା ଦୌଡିରେ ଭୁଲବଶତଃ ଫରେଷ୍ଟର ଦୀପକ ସାହୁୁଙ୍କୁ ଟ୍ରାଙ୍କୁଲାଇଜ ଡୋଜ ଲାଗିଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ସେ ଅଚେତ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେପଟେ ଭାଲୁଟି ଗ୍ରାମରେ ରହି ଆତଙ୍କ ଖେଳାଉଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।  

ଏହା ମଧ୍ୟ ପଢନ୍ତୁ .... ସାତକୋଶିଆକୁ ଆସୁଛନ୍ତି ବାଘ ! ଛାନିଆ ଅଞ୍ଚଳବାସୀ, ଉଠାଇଲେ ସୁରକ୍ଷା ପ୍ରସଙ୍ଗ - SATKOSIA TIGER RESERVE

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.