ଟି20 ବିଶ୍ୱକପ: ଫାଇନାଲ ମ୍ୟାଚକୁ ନେଇ ଏମିତି କହିଲେ ବିପ୍ଳବ ସାମନ୍ତରାୟ - India vs South Africa Final - INDIA VS SOUTH AFRICA FINAL
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/29-06-2024/640-480-21823815-thumbnail-16x9-dddfawfawff.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 29, 2024, 11:59 AM IST
କଟକ: ଦୀର୍ଘ 7 ମାସ ପରେ ଆଉ ଏକ ବିଶ୍ବକପ ଫାଇନାଲ ଖେଳିବ ଟିମ ଇଣ୍ଡିଆ । ଟି20 ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ତୃତୀୟ ଥର ପାଇଁ ଫାଇାନଲରେ ପ୍ରବେଶ କରି ଟ୍ରଫି ହାତେଇ 17 ବର୍ଷ ଅପେକ୍ଷାର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଅନ୍ୟପଟେ ପ୍ରଥମ ଥର ଅପରାଜେୟ ସହ ଫାଇନାଲେର ପ୍ରବେଶ କରି ବିଜୟ ମୁକୁଟ ପିନ୍ଧି ଇତିହାସ ରଚିବା ଲକ୍ଷ୍ୟରେ ମାକ୍ରନ ବାହିନୀ । ଭାରତର ଉଭୟ ବୋଲି ଓ ବ୍ୟାଟିଂ ବିଭାଗ ପୁରା ଫର୍ମରେ ରହିଥିବାବେଳେ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା କରୁଛନ୍ତି ଫ୍ୟାନ୍ସ । ଅନ୍ୟପଟେ ରୋହିତ, ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପନ୍ତ ଆଜି ଭଲ ଖେଳିବା ନେଇ ଆଶା କରାଯାଉଛି ।
ସେପଟେ ମେନ ଇନ ବ୍ଲୁକୁ ଟକ୍କର ଦେବାକୁ ଦକ୍ଷିଣ ଆଫ୍ରିକା ପୁରା ରଣନୀତି ପ୍ରସ୍ତୁତ କରିଛି । ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ମଜଭୁତ । ତେଣୁ ଆଜିର ମ୍ୟାଚରେ ଏକ ରୋମାଞ୍ଚକର ଲଢେଇ ଦେଖିବେ ଦର୍ଶକ । 2007 ମସିହାରେ ଯେପରି ଧୋନି ବାହିନୀ ଭାରତକୁ ପାକିସ୍ତାନ ବିପକ୍ଷରେ ଏକ ଚିତ୍ତାକର୍ଷକ ବିଜୟ ଦେଇଥିଲେ ସେହିପରି ରୋହିତ ବାହିନୀ ଆଜି ଦକ୍ଷିଣ ଆଫ୍ରିକାକୁ ହରାଇ ଆଇସିସିର ସମ୍ମାନପୂର୍ଣ୍ଣ ଟି20 ବିଶ୍ୱକପକୁ ଜିତି ୱେଷ୍ଟେଇଣ୍ଡିଜରେ ତ୍ରିରଙ୍ଗା ପତକା ଉଡାଇବା ନେଇ ଲକ୍ଷ୍ୟ ରହିଛି । ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହେବା ଆଶା ରହିଥିବା କହିଛନ୍ତି ଓଡ଼ିଶା କ୍ରିକେଟର ବିପ୍ଳବ ସାମନ୍ତରାୟ ।
ଇଟିଭି ଭାରତ, କଟକ