ମୁମ୍ବାଇରେ ବିଶ୍ବ ଚମ୍ପିଆନ ଭାରତର ବିଜୟୀ ପରେଡ୍‌, ଦେଖନ୍ତୁ LIVE - Team India Victory Parade Live

By ETV Bharat Odisha Team

Published : Jul 4, 2024, 5:07 PM IST

Updated : Jul 4, 2024, 9:36 PM IST

thumbnail

ମୁମ୍ବାଇ: ଆଇସିସି ଟି-20 ବିଶ୍ବକପ ବିଜୟ ପରେ ବାରବାଡୋସରେ ଫସିଥିବା ଇଣ୍ଡିଆନ ଟିମ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି । ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛି ଦଳ । 13 ବର୍ଷ ପରେ ବିଶ୍ବକପ୍‌ ଓ 17 ବର୍ଷ ପରେ ଟି20 ବିଶ୍ବକପ୍‌ ଜିତିଛି ଭାରତ । ଯାହାକୁ ନେଇ ସାରା ଭାରତରେ ଖୁସିର ମାହୋଲ । ଜୁନ 29 ତାରିଖରେ ଭାରତ ବିଶ୍ବ ଚମ୍ପିଆନ ହୋଇଥିଲା ସତ, କିନ୍ତୁ ଟିମ ବାରବାଡୋସରେ ପ୍ରବଳ ବର୍ଷା ପବନ ଯୋଗୁଁ ଫସି ରହିଥିବାରୁ ସେଲିବ୍ରେସନ ଅଧା ଥିଲା । ଆଜି ଭାରତୀୟ କ୍ରିକେଟ ଟିମ ସ୍ବଦେଶରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ସେଲିବ୍ରେସନ । ମୁମ୍ବାଇ ମେରାଇନ ଡ୍ରାଇଭରୁ ବିଶ୍ବକପ ଧରି ବିଜୟୀ ପରେଡରେ ବାହାରିଛନ୍ତି ଇଣ୍ଡିଆନ କ୍ରିକେଟ ଟିମ । ମୁମ୍ବାଇ ମେରାଇନ ଡ୍ରାଇଭରୁ ଆରମ୍ଭ ହୋଇ ଏହି ରୋଡ୍ ସୋ' ୱାଙ୍ଖଡେରେ ଶେଷ ହେବ । ଏହି ରୋଡ ସୋ'ରେ ଅଂଶଗ୍ରହଣ କରିବାକୁ କ୍ୟାପଟେନ ରୋହିତ ଶର୍ମା ଫ୍ୟାନ୍ସଙ୍କୁ ଅନୁରୋଧ କରିଥିଲେ । ବିସିସିଆଇ ପକ୍ଷରୁ ମଧ୍ୟ ଏକ ସମାନ ଟ୍ବିଟ କରାଯାଇଥିଲା । ଏହାରି ଭିତରେ ମୁମ୍ବାଇରେ ଟିମ ଖୋଲାବସ୍‌ରେ ରୋଡ ସୋ' ଆରମ୍ଭ କରିଛନ୍ତି । ଦେଖନ୍ତୁ ଲାଇଭ...

Last Updated : Jul 4, 2024, 9:36 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.