ଟିମ ଇଣ୍ଡିଆର ବିଜୟୀ ପରେଡ୍‌, ଜନସମୁଦ୍ର ପାଲଟିଲା ମୁମ୍ବାଇ ମେରାଇନ ଡ୍ରାଇଭ ରୋଡ୍‌ - Team India Victory Parade

By ETV Bharat Odisha Team

Published : Jul 4, 2024, 7:46 PM IST

thumbnail
TEAM INDIA VICTORY PARADE (ETV Bharat)

TEAM INDIA VICTORY PARADE: ମୁମ୍ବାଇ: ଆଇସିସି ଟି20 ବିଶ୍ବକପ ଜିତି ବିଶ୍ବ ଚମ୍ପିଆନ ହୋଇଛି ଭାରତୀୟ କ୍ରିକେଟ ଟିମ । 17 ବର୍ଷ ପରେ ଘରକୁ ଫେରିଛି ଟି 20 ବିଶ୍ବକପ୍‌ । ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ 7 ରନ୍‌ରେ ହରାଇ ଦଳ ଏହି ଟାଇଟଲ ହାସଲ କରିଛି । ବାରବାଡୋସରେ ପ୍ରବଳ ବର୍ଷା ପବନ ଯୋଗୁଁ ଫସିଥିବା ଟିମ ଇଣ୍ଡିଆ ଆଜି ସ୍ବଦେଶ ଫେରିଛନ୍ତି । ଏହାପରେ ସନ୍ଧ୍ୟାରେ ଦଳ ମୁମ୍ବାଇରେ ବିରାଟ ଶୋଭାଯାତ୍ରାରେ ବାହାରିଛି । ଖୋଲାବସରେ ବିଶ୍ବକପ ସହ ଟିମ ଇଣ୍ଡିଆ ଏହି ରୋଡ ସୋ' କରିଛନ୍ତି । ଫ୍ୟାନ୍ସଙ୍କ ସହ ବିଜୟର ସେଲିବ୍ରେସନ କରିବା ଲାଗି ଏହି ରୋଡ ସୋ' କରିଛି ଦଳ । ଏହି ବିଜୟ ମହୋତ୍ସବରେ ସାମିଲ ହେବା ଲାଗି ଅଧିନାୟକ ରୋହିତ ଶର୍ମା ଫ୍ୟାନ୍ସଙ୍କୁ ଅନୁରୋଧ କରିଥିବା ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଶଂସକ ଏଥିରେ ସାମିଲ ହୋଇଛନ୍ତି । ମେରାଇନ ଡ୍ରାଇଭରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୱାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ଚାଲିବ । ତେବେ ଦେଖନ୍ତୁ ବିଜୟୀ ପରେଡର ଦୃଶ୍ୟ....

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.