ମନ୍ଦିର ଉପରେ ପଡିଲା ବଜ୍ରାଘାତ; ବଙ୍କା ହୋଇଗଲା ମନ୍ଦିର ଚୂଳି, ଖସିଲା ପଥର - stone fell from temple

By ETV Bharat Odisha Team

Published : Aug 20, 2024, 5:12 PM IST

thumbnail
STONE FELL FROM TEMPLE (ETV BHARAT)

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ବଜ୍ରାଘାତ । ମନ୍ଦିର ଉପରେ  ବଜ୍ରାଘାତ ପଡିବାରୁ ବଙ୍କା ହୋଇଗଲା ଚୂଳି, ଖସିଲା 10ରୁ ଅଧିକ ପଥର । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡାର ବିନୋଦ ବିହାରୀ ମନ୍ଦିରରେ । ପୂଜକ ରାମଚନ୍ଦ୍ର ଶତପଥିଙ୍କ  କହିବା ଅନୁଯାୟୀ, "ସନ୍ଧ୍ୟାରେ ବର୍ଷା ହେଉଥିବା ସମୟରେ ଘଡଘଡି ଜୋରରେ ମାରୁଥିଲା।  ମନ୍ଦିର ଉପରେ ବଜ୍ରାଘାତ ମାରିବାରୁ ମୁଁ ଦୌଡିକରି ଯାଇ ମନ୍ଦିର ଭିତରେ ପଶିଯାଇଥିଲି । ଏହି ସମୟରେ ବୋମା ବିସ୍ଫୋରଣ ଶବ୍ଦ ମନ୍ଦିରରେ ହୋଇଥିଲା । ଏହାପରେ ମନ୍ଦିର ପଛର ଖସି ପଡିଥିଲା , ମୋତେ ଚାରିଆଡ଼ ଅନ୍ଧାର ଦେଖାଗଲା। ୧୨୭୬ରେ ଶ୍ରୀଲକ୍ଷ୍ମୀ ନାରାୟଣ ଜଗଦ୍ଦେବଙ୍କ ରାଜତ୍ୱ ସମୟରେ ବାବାଜୀ ଗୋପାଳ ଦାସଙ୍କ ତତ୍ତ୍ୱାବଧାନରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୩୧୫ ରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଉକ୍ତ ମନ୍ଦିର ଦେବୋତ୍ତର ବିଭାଗ ଅଧିନରେ ଥିବାରୁ ଆନୁଷଙ୍ଗିକ ମରାମତି ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଶ୍ରଦ୍ଧାଳୁ ।'' 

ଏହି ମନ୍ଦିରକୁ ଲାଗି ଗୋପୀନାଥ ମନ୍ଦିର, ବାଲାବାବାଙ୍କ ମନ୍ଦିର ଓ ରାଜବାବାଙ୍କ ପୀଠ ରହିଥିବା କାରଣରୁ ଏହାର ତୁରନ୍ତ ମରାମତି ହେବାର ଆବଶ୍ୟକତା ରହିଛି।  ସୂଚନାଯୋଗ୍ୟ, ଗତ ସପ୍ତାହରେ ଜିଲ୍ଲାରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ମନ୍ଦିର ଉପରେ ବଜ୍ରାଘାତ ହେବାରୁ ଏହାର ଚୂଳି ବଙ୍କା ହୋଇଯାଇଛି ।  

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ବଡ଼ ଦେଉଳ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.