ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି' ଆରମ୍ଭ - SURAVI 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 13, 2024, 8:19 PM IST

ଭୁବନେଶ୍ବର: ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷିତ ଶିଶୁ ମହୋତ୍ସବ ୨୦୨୪-‘ସୁରଭି’ । ଉଦଘାଟନୀ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ସୁରଭି କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି । ଏଥିସହ ନିଜ ସ୍ବପ୍ନ ପୂରଣ ଦିଗରେ କଠିନ ପରିଶ୍ରମ କରିବାକୁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

ଶିକ୍ଷାକୁ ତୃଣମୂଳସ୍ତରରେ ସର୍ବଦା ସୁଦୃଢ କରିବାକୁ ହେବ:

ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,"ପ୍ରତ୍ୟେକ ବିଦ୍ୟାର୍ଥୀ ଭିତରେ କିଛି ନା କିଛି ବିଶେଷ ପ୍ରତିଭା ରହିଛି । ସେମାନେ ନିଜ ଭିତରେ ଥିବା ପ୍ରତିଭା ବା ସାମର୍ଥ୍ୟକୁ ଚିହ୍ନନ୍ତୁ । ନୂତନ ଜିନିଷ ଶିଖିବା ସହ ପ୍ରଶ୍ନ ପଚାରନ୍ତୁ ଏବଂ ସର୍ବଦା ନୂତନତାକୁ ଆପଣାଇବାକୁ ଚେଷ୍ଟା କରନ୍ତୁ । ଏଥିସହ ନିଜ ସ୍ବପ୍ନ ପୂରଣ ଦିଗରେ କଠିନ ପରିଶ୍ରମ କରନ୍ତୁ । ବିକଶିତ ଓଡ଼ିଶା, ବିକଶିତ ଭାରତ ପରିକଳ୍ପନାକୁ ସତ କରିବାକୁ ହେଲେ ଶିକ୍ଷାକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ ହେବ । କଳା ବଞ୍ଚିରହିଲେ, ଦେଶ ବଞ୍ଚିରହିବ । ଏହିକଥାକୁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । " ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର  ୩୦ଟି ଜିଲ୍ଲାରୁ କୃତି ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି । 


ଆକର୍ଷଣର କେନ୍ଦ୍ରବିନ୍ଦୁ ଫଟୋ ଭେଇକିଲ: 
ନୟାଗଡ଼ ଜିଲ୍ଲାର ଓଏଭି ସ୍କୁଲର ନବମ ଶ୍ରେଣୀ ଛାତ୍ର ଭାନେଶ ତ୍ରିପାଠୀ । ଭାନେସ କରିଛନ୍ତି ଏକ ଅଭିନବ ପ୍ରୋଜେକ୍ଟ । ଲାଇଟ ମାରିଲେ ଚାଲିବ ଗାଡ଼ି । ଯାହାର ନାମ ଦେଇଛନ୍ତି ଫୋଟୋ ଭେଇକିଲ  । ଏହା ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ।

ଏହା ମଧ୍ୟ ପଢନ୍ତୁ ...ଚାନ୍ଦିପୁରରୁ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO


ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.