କଟକରେ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ; ନୂଆ ପ୍ରତିଭା ଚୟନ ଦିଗରେ ରାଜ୍ୟ ସଂଘ - Basketball Tournament in Cuttack

By ETV Bharat Sports Team

Published : Aug 24, 2024, 7:23 PM IST

thumbnail
ରାଜ୍ୟସ୍ତରୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ (ETV Bharat Odisha)

କଟକ: ଆରମ୍ଭ ହେଲା ରାଜ୍ୟସ୍ତରୀୟ ସବ୍‌-ଜୁନିୟର ବାସ୍କେଟବଲ ପ୍ରତିଯୋଗିତା । 23 ତାରିଖରୁ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ 4 ଦିନ ଧରି ଖେଳାଯିବ । ରାଜ୍ୟର ପ୍ରତ୍ୟକ ଜିଲାରୁ ପ୍ରାୟ 350ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ବାଳକ ବର୍ଗରେ 22 ଓ ବାଳିକା ବର୍ଗରେ14ଟି ଟିମ ଏହି ପ୍ରତିଯୋଗିତାରେ ପରସ୍ପର ମଧ୍ୟରେ ଲଢେ଼ଇ କରିବେ । ତେବେ ଏଭଳି ଆୟୋଜନର ମୂଳ ଲକ୍ଷ୍ୟ ରାଜ୍ୟରେ ତୃଣମୂଳସ୍ତରରେ ଥିବା ପ୍ରତିଭାବାନ ଖେଳାଳିକୁ ସମ୍ନାକୁ ଆଣିବା ।

ପ୍ରତିବର୍ଷ କଟକ, ଭୁବନେଶ୍ୱର ସମେତ ଅନେକ ଜିଲ୍ଲାରେ ବାସ୍କେଟବଲ ମୁକବିଲା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତବର୍ଷ ଏହାକୁ ବ୍ୟାପକ କରିବା ନେଇ ଲକ୍ଷ୍ୟ ରଖିଛି ରାଜ୍ୟ ବାସ୍କେଟ ବଲ ସଂଘ । କାରଣ ବିଭିନ୍ନ ବୟସ ବର୍ଗରେ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ଓ ଉଚ୍ଚକୋଟୀର ପ୍ରଦର୍ଶନ ନିଶ୍ଚୟ ଓଡ଼ିଶା ପାଇଁ ଏକ ଗୁଣାତ୍ମକ ଦିଗ ବୋଲି କହିଛନ୍ତି ରାଜ୍ୟ ବାସ୍କେଟ ବଲ ସଂଘ ସମ୍ପାଦକ ଅଶୋକ କୁମାର ସାହୁ । ଅନ୍ୟପଟେ ଏହି ମେଗା ଇଭେଣ୍ଟରେ ଉଭୟ ବିଜୟ ଏବଂ ପରାଜୟରୁ ଅନେକ କିଛି ଶିକ୍ଷା ମିଳିବ, ଯାହା ଅଗାମୀ ଭବିଷ୍ୟତରେ କାମରେ ଆସିବ ବୋଲି କହିଛନ୍ତି ଖେଳାଳି ।

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମମାଟିରେ ସୁନାପୁଅ ଅମିତ ରୋହିଦାସ; ଅଲିମ୍ପିକ୍ସ ବିଜୟ ଓ ରେଡକାର୍ଡ ଉପରେ ଦେଲେ ବଡ଼ ବୟାନ - Amit Rohidas gets Warm Welcome

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.