ରାଜ୍ୟ ମୁଖ୍ୟ ସହକାରୀ ନିର୍ବାଚନ ଅଧିକାରୀଙ୍କ ଦିନିକିଆ ରାୟଗଡ଼ା ଗସ୍ତ - Review of Election Preparations

By ETV Bharat Odisha Team

Published : Mar 23, 2024, 5:58 PM IST

thumbnail

State Chief Assistant Electoral Officer A day visit to Raygarh: ରାୟଗଡ଼ା: ରାଜ୍ୟ ସ୍ତରରେ ହେଉ ଅବା ଜିଲ୍ଲା ସ୍ତରରେ ହେଉ ସମସ୍ତେ ସଜାଗ ହେଉଛନ୍ତି ଆସନ୍ତା ନିର୍ବାଚନ ପାଇଁ। ତେବେ ସେହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ମୁଖ୍ୟ ସହକାରୀ ନିର୍ବାଚନ ଅଧିକାରୀ ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ଏନ୍. ତିରୁମାଲା ନାୟକ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ତଦାରଖ ପାଇଁ ଆସିଥିବା ସୂଚନା ମିଳିଛି ।  

ଏହା ମଧ୍ୟ ପଢ଼ନ୍ତୁ... କୋରାପୁଟ ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା - Review Of Election Preparations

ରାୟଗଡ଼ା ଠାରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ବୈଠକ କରିଥିଲେ ନିର୍ବାଚନ ଅଧିକାରୀ । ଆଗାମୀ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ କିଭଳି ହେବ, କେମିତି ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହାର ସମୀକ୍ଷା କରିଥିଲେ । ଏଥିସହ ସେ ଷ୍ଟ୍ରଙ୍ଗ ରୁମ ମଧ୍ୟ ପରିଦର୍ଶନ କରିଥିଲେ । ଭୋଟ ଗଣତିକେନ୍ଦ୍ର ଠାରେ କରାଯାଇଥିବା ସମସ୍ଥ ବ୍ୟବସ୍ଥା ବୁଲି ଦେଖିଥିଲେ। ଏତଦ ବ୍ୟତୀତ ମାଓବାଦୀ ପ୍ରଭାବିତ ଅଞ୍ଚଳର ପ୍ରସ୍ତୁତି ନେଇ ପୁଲିସର ମତାମତ ଗ୍ରହଣ କରିଥିଲେ। ଆଜିର ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଓ ଏସପି ହରିଶ ବି.ସି ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡ଼ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.