thumbnail

By ETV Bharat Odisha Team

Published : Jun 22, 2024, 4:28 PM IST

ETV Bharat / Videos

ବାଲେଶ୍ୱରରେ ଶାନ୍ତି ଫେରାଇ ଆଣିବା ପାଇଁ ନିବେଦନ କଲେ ଯାତ୍ରା କଳାକାର - Stage Artist Sanjaya Bhola

Stage Artist Sanjaya Bhola: ବାଲେଶ୍ୱର: ସହରରେ ଶାନ୍ତି ଫେରାଇବା ପାଇଁ ଚାଲିଛି ପ୍ରଚେଷ୍ଟା। ଗତ ସୋମବାର ଦିନ ବାଲେଶ୍ବରର ହୋଇଥିବା ଗୋଷ୍ଠୀ ବିବାଦର ସମାଧାନ କରିବା ପାଇଁ ସବୁସ୍ତରରେ ପ୍ରଚେଷ୍ଟା ଜାରି ରହିଛି । ପୌରାଞ୍ଚଳରେ ସୋମବାର ମଧ୍ୟ ରାତ୍ରରୁ କର୍ଫ୍ୟୁ ଜାରି ହୋଇଥିଲା। ଅନ୍ୟପଟେ ଦେବଖୁଣ୍ଟା ଏବଂ ଟାଉନ ଥାନା ଅଞ୍ଚଳରେ ସକାଳ 5ରୁ ଅପରାହ୍ନ ୨ଟା ଯାଏ କୋହଳ କରାଯାଇଛି କର୍ଫ୍ୟୁ। ଏହାସହ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.. କୋହଳ ହେଲା କର୍ଫ୍ୟୁ ଗାଇଡ଼ ଲାଇନ, ଗୋଟିଏ ଥାନା ଅଞ୍ଚଳରୁ ଉଠିଲା କର୍ଫ୍ୟୁ - Curfew Relaxed In Balasore

ଏହାରି ଭିତରେ ସବୁବର୍ଗର ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା ଜାରି ରଖିଥିବା ବେଳେ ଯାତ୍ରା କଳାକାର ସଞ୍ଜୟ ଭୋଳ ବାଲେଶ୍ୱରରେ ଶାନ୍ତି ଫେରାଇ ଆଣିବା ପାଇଁ ବାର୍ତ୍ତା ଦେଇଛନ୍ତି। ଜଣେ କଳାକାର ଭାବେ ସେ ବେଶ ପରିଚିତ ହୋଇଥିବା ବେଳେ ଶାନ୍ତିପ୍ରିୟ ବାଲେଶ୍ୱରରେ ସମସ୍ତେ ଭାଇ ଭାଇ ହୋଇ ପୁଣିଥରେ ଖୁସିରେ ରହିବା ପାଇଁ ସଞ୍ଜୟ ନିବେଦନ କରିଛନ୍ତି। ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ସେ ବାଲେଶ୍ୱରବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ମିଛ ଗୁଜବକୁ ବିଶ୍ୱାସ ନକରି କେମିତି ଶାନ୍ତି ଫେରି ଆସିବ ସେଥିପ୍ରତି ସମସ୍ତେ ଆଗେଇ ଆସିବା ପାଇଁ ନିବେଦନ କରିଛନ୍ତି ସଞ୍ଜୟ ଭୋଳ। ସମସ୍ତଙ୍କ ସହଯୋଗରେ ପରିସ୍ଥିତିର ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.