ଉତ୍ତରାଖଣ୍ଡରେ ଲାଗୁ ହେବ UCC, କଣ କହୁଛନ୍ତି ରାଜ୍ୟବାସୀ ?

By ETV Bharat Odisha Team

Published : Feb 3, 2024, 6:34 PM IST

thumbnail

Public opinion on UCC : ଡେରାଡୁନ: ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ବା ଏକକ ନାଗରିକ ସଂହିତା ଲାଗୁ କରିବାକୁ ଯାଉଛି । ଫେବୃଆରୀ ୫ ତାରିଖରେ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ୬ ତାରିଖରେ ୟୁସିସି ବିଧେୟକ ଗୃହରେ ଆଗତ କରାଯିବ । ଏକକ ନାଗରିକ ସଂହିତା ଡ୍ରାଫ୍ଟ ପାଇଁ ଗଠିତ ବିଶେଷଜ୍ଞ ଟିମ ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଫାଇନାଲ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ତେବେ ୟୁସିସି ଲାଗୁ ହେବା ପରେ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ରହିବ । ୟୁସିସି ଲାଗୁ ହେବା ପୂର୍ବରୁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟବାସୀ । ସରକାର ଆଣୁଥିବା ଏହି ଆଇନକୁ ରାଜ୍ୟବାସୀ ସ୍ୱାଗତ କରିଛନ୍ତି ।  

ଏହା ବି ପଢନ୍ତୁ- ଉତ୍ତରାଖଣ୍ଡରେ UCC ଲାଗୁ ପରେ କଣ ରହିବ ନିୟମ ? ବୁଝନ୍ତୁ ପଏଣ୍ଟରେ 

ସମସ୍ତ ଧର୍ମର ବ୍ୟକ୍ତିବିଶେଷଙ୍କ ଲାଗି ସମାନ ନିୟମ ଲାଗୁ ହେଲେ ସମାଜରେ ଏକ ସୁସ୍ଥ ବାତାବରଣ ରହିବ ବୋଲି କିଛି ରାଜ୍ୟବାସୀ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଯୁବପିଢି ଲିଭ ଇନ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏ ନେଇ ଜଣେ କହିଛନ୍ତି, " ଲିଭ-ଇନରେ ରହିବା ଠିକ ନୁହେଁ । ଯଦି ଲିଭ-ଇନକୁ ନେଇ କୌଣସି ନିୟମ ଲାଗୁ ହେବ ତାହେଲେ ଖୁବ ଭଲ ହେବ । କାରଣ ଆଇନ ଭିତରେ ସମସ୍ତ କାର୍ଯ୍ୟ ହେବ ।" ଏହାସହିତ ବିବାହ ପରେ ପଞ୍ଜୀକରଣ କରିବା ନିୟମକୁ ମଧ୍ୟ ସ୍ୱାଗତ କରାଯାଇଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.