ଧ୍ୟାନକୁଦ ପୀଠରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଗଜାନନ ବେଶରେ ଦର୍ଶନ ଦେଲେ କୁଞ୍ଜବିହାରୀ - Snana Yatra in Jagatsinghpur

By ETV Bharat Odisha Team

Published : Jun 22, 2024, 10:11 PM IST

thumbnail
Snana Yatra in Jagatsinghpur (ETV Bharat Odisha)

Snana Yatra in Jagatsinghpur: ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଧ୍ୟାନକୁଦସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଆଜି ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ନୀତିକାନ୍ତି ସମାପନ ପରେ ଦିନ ୨ଟା ସମୟରେ ପହଣ୍ଡି କରି ଶ୍ରୀବିଗ୍ରହମାନଙ୍କୁ ସ୍ନାନବେଦୀକୁ ଅଣାଯାଇଥିଲା । ପରେ ୧୦୮ କୁମ୍ଭ ସୁବାସିତ ଜଳରେ ତିନି ଠାକୁରଙ୍କୁ ଜଳାଭିଷେକ କରାଯାଇଥିଲା । ଦେବସ୍ନାନ ସମୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ପ୍ରବଳ ରୌଦ୍ରତାପ ଯୋଗୁଁ ଅତିଷ୍ଠ ଭକ୍ତ ବର୍ଷାକୁ ଦେଖି ଜୟ ଜଗନ୍ନାଥ ଧ୍ବନି ଦେଇଥିଲେ । ଏହା ପ୍ରଭୁଙ୍କ ମହିମା ବୋଲି କିଛି ଭକ୍ତ ପ୍ରକାଶ କରିଥିଲେ । ଦେବସ୍ନାନ ପରେ ମହାପ୍ରଭୁଙ୍କ ହାତୀ ବେଶ ଅନୁଷ୍ଠିତ ହୋଇଥିଲା । ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଧ୍ୟାନକୁଦ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କ ହାତୀବେଶ ଦର୍ଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେହିପରି ଜଗତସିଂହପୁର ଜିଲ୍ଲାର ଅନ୍ୟତମ ପୁରାଣ ପ୍ରସିଦ୍ଧ ପୀଠ କୁଜଙ୍ଗର ପ୍ରଭୁ କୁଞ୍ଜବିହାରୀଙ୍କ ପୀଠରେ ସ୍ନାନଯାତ୍ରା ପାଳିତ ହୋଇଛି । ଏହି ଅବସରରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଅଣାଯାଇ ସ୍ନାନ ଓ ହାତୀବେଶ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ, କୁଜଙ୍ଗସ୍ଥିତ କୁଞ୍ଜବିହାରୀ ପୀଠ ସହିତ ପୁରୀ ଶ୍ରୀଜଗନ୍ନାଥଙ୍କର ସ୍ବତନ୍ତ୍ର ସମ୍ପର୍କ ରହିଥିବା କୁହାଯାଏ । ପୁରୀ ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏହିଠାରେ ଗୁଣ୍ଡିଚା ପରଦିନ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.