ମୌଳିକ ସୁବିଧାରୁ ବଞ୍ଚିତ ତୋଳକଣା ବସ୍ତିବାସିନ୍ଦା, ନାଁ ଅଛି ବିଜୁଳି ନା ପିଇବା ପାଣି - Basic Amenities

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 17, 2024, 7:55 PM IST

Slum Dwellers Deprived of Basic Amenities in Rayagada: ରାୟଗଡ଼ା: ମୌଳିକ ସୁବିଧାରୁ ବଞ୍ଚିତ ପିପିଲିଗୁଡା ପଞ୍ଚାୟତ ତୋଳକଣା ବସ୍ତି ବାସିନ୍ଦା। ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ ମାତ୍ର 20 କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । ଏଠାକାର ବାସିନ୍ଦାଙ୍କ ପାଖରେ ବିଦ୍ୟୁତ ଏବଂ ପାନୀୟ ଜଳ ପରି ଆବଶକ୍ୟ ସୁବିଧା ମଧ୍ୟ ପହଞ୍ଚି ପାରିନାହିଁ । ଆଜି ଅଞ୍ଚଳବାସୀଙ୍କ ପକ୍ଷରୁ ଜଳ ଯୋଗାଣ ପାଇଁ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ସାଉଥ କୋର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ..... ଧାରଣାରେ ରାଜ୍ୟ ବିଦ୍ୟୁତ ମଜଦୁୁର ମହାସଂଘ, ଦାବି ପୂରଣ ନ ହେଲେ ରାଜ୍ୟକୁ ଅନ୍ଧାର କରିବାକୁ ଧମକ

ଏହି ବସ୍ତି ଅଞ୍ଚଳ ଲୋକେ ଏହି ଦୁଇଟ ମୌଳିକ ସୁବିଧାରୁ ବର୍ଷ ବର୍ଷ ଧରି ବଞ୍ଚିତ ହୋଇରହିଛନ୍ତି । ଏଠାରେ ନଳକୂଅଟିଏ ନଥିବା କାରଣରୁ ଲୋକେ ପାନୀୟ ଜଳ ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବିଶୁଦ୍ଧ ପିଇବା ପାଣିର ଅଭାବ ଯୋଗୁଁ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେହିଭଳି ବସ୍ତିକୁ ବିଦ୍ୟୁତ ସଂଯୋଗ ନଥିବା କାରଣରୁ ଅଞ୍ଚଳଟି ଅନ୍ଧାରୀ ମୂଳକରେ ପରିଣତ ହୋଇଛି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଛି । ଦାବିପତ୍ର ପ୍ରଦାନ କରିବା ସମୟରେ ବସ୍ତି ବାସିନ୍ଦାଙ୍କ ସହ ସତ୍ୟବାନ ମଣ୍ଡାଙ୍ଗୀ, ଏକାଦଶୀ ମଣ୍ଡାଙ୍ଗୀ ଏବଂ ପତି ମଣ୍ଡାଙ୍ଗୀ ଉପସ୍ଥିତ ଥିଲେ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.