ଆଜି ମହାଦେବ-ମାତା ପାର୍ବତୀଙ୍କ ପଡିବ ହାତଗଣ୍ଠି, ଉତ୍ସବମୁଖର ବଲାଙ୍ଗୀର - SHITALA SASHTI 2024 - SHITALA SASHTI 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 10, 2024, 3:29 PM IST

SHITALA SHASHTI: ବଲାଙ୍ଗୀର: ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଶୀତଳ ଷଷ୍ଠୀ ଯାତ୍ରା ରୋଷଣୀରେ ଦେବ ଦମ୍ପତି ମାତା ପାର୍ବତୀ ଓ ମହାଦେବ ନିଜ କଳ୍ପିତ ମାତା ପିତା ଘରକୁ ବାହୁଡିଥିବା ବେଳେ ଆଜି ବିବାହ ଅନୁଷ୍ଠିତ ହେବ । ଗତକାଲି ଠାରୁ ଆରମ୍ଭ ହୋଇଥିବା ଯାତ୍ରା ତିନି ଦିନ ଧିର ଚାଲିବ । ଏଥି ପାଇଁ ଜିଲ୍ଲାକୁ ପ୍ରବଳ ଜନସମାଗମ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବଲାଙ୍ଗୀରରେ ମୋଟ ଚାରୋଟି ଶୀତଳ ଷଷ୍ଠୀ ଯାତ୍ରା କମିଟି ଏଥର ଏହାର ଆୟୋଜନ କରିଛନ୍ତି । ପେଲେସ ଲାଇନ, ବିବି ଏସ ଏସ ପଡା, ଏବି ଏସ ଏସ ପଡା ଓ ବ୍ରହ୍ମଣ ପଡା କମିଟି ଆୟୋଜନ କରିଛନ୍ତି । 

ତେବେ ଏହି ଯାତ୍ରାରେ ପ୍ରଥମେ ଥାଳ ଉଠା ନୀତି ସମ୍ପନ୍ନ ହୋଇଥିବା ବେଳେ ଗତକାଲି ଦେବ ଦମ୍ପତି କଳ୍ପିତ ମାଆ ବାପାଙ୍କ ଘରକୁ ବାହୁଡ଼ିଛନ୍ତି । ଆଜି ଅପରାହ୍ନରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ବିବାହ ସମ୍ପର୍ଣ୍ଣ ହେବ । ସେପଟେ ଯାତ୍ରା ଶାନ୍ତି ଶୃଙ୍ଖଳାରେ ଆୟୋଜନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୌର ପ୍ରଶାସନ ମଧ୍ୟ ଲୋକଙ୍କ ସୁବିଧା ପାଇଁ ସବୁ ପଦକ୍ଷେପ ହାତକୁ ନେଇଛି । ତେବେ ପୌରାଧ୍ୟକ୍ଷା ଲିକା ସାହୁ ଯାତ୍ରାରେ ସାମିଲ ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହା ମଧ୍ୟ ପଢନ୍ତୁ-ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ଆଜି ଦେବ ଦମ୍ପତିଙ୍କ ବିବାହ ଉତ୍ସବ - Lord Shiva And Parvati Marriage Today

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.