ଶ୍ରୀମନ୍ଦିରରେ ପବିତ୍ର ଶୀତଳଷଷ୍ଠୀ, ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ - PURI SHITAL SASTHI

By ETV Bharat Odisha Team

Published : Jun 12, 2024, 11:54 AM IST

thumbnail
PURI SITAL SASTHI (ETV Bharat Odisha)

PURI SHITAL SASTHI:ପୁରୀ: ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଶୀତଳଷଷ୍ଠୀ । ଗତକାଲି (ମଙ୍ଗଳବାର) ଦିନ ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚ ମହାଦେବଙ୍କ ରୀତିନୀତି ଅନୁସାରେ ଶିବ ବିବାହ ସମ୍ପନ୍ନ ହୋଇଥିଲା । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଥିଲା ଶ୍ରୀଜମ୍ବେଶ୍ଵର, ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ବର, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠଶ୍ବର ମହାଦେବଙ୍କ ମନ୍ଦିର । ତେବେ ମଧ୍ୟରାତ୍ରରେ ବିବାହ ଶେଷ ହୋଇଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମନ୍ତ୍ରଣ ପାଇ ପଟୁଆରରେ ପଞ୍ଚ ମହାଦେବ ଶ୍ରୀମନ୍ଦିରକୁ ସଂଧ୍ୟା ଧୂପ ପରେ ବିଜେ କରିବେ ।

ଶ୍ରୀଜୀଉଙ୍କ ବଡ଼ସିଂହାର ଭୋଗ ପରେ ଜଗମୋହନରେ ପଞ୍ଚ ମହାଦେବଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବ । ଏହାପରେ ଖଟଶ୍ବର ଘରୁ ଶ୍ରୀଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ପଞ୍ଚ ମହାଦେବଙ୍କ ସହ ଲକ୍ଷ୍ମୀଙ୍କୁ ଜଗମୋହନରେ ବିଜେ କରାଯିବ । ଶୀତଳ ଭୋଗ ଓ ବନ୍ଦାପନା ଏକତ୍ର କରାଯାଇଥିଲା । ଅପରାହ୍ନରେ ଦେବଦମ୍ପତି ଗୁଆଲି ବୁଲିବାକୁ ବାହାରିବ । ସେପଟେ ଶୀତଳଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ତୃତୀୟ ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ । ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ ଓ ଶ୍ରୀଦେବୀ, ଭୂଦେବୀ ରୋହିଣୀ କୁଣ୍ଡ ନିକଟ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା କରିବେ ।

ଏହା ମଧ୍ୟ ପଢନ୍ତୁ .....ସରିଲା ଦେବଦମ୍ପତିଙ୍କ ବିବାହ, ଅପୂର୍ବ ରୂପ ଦର୍ଶନ କଲେ ଶ୍ରଦ୍ଧାଳୁ - bhubaneswar sital sasthi 2024

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.