ଜୟ ହୋ ଗୀତରେ କମ୍ପିଲା ଥିରୁଅନନ୍ତପୁରମ, ନାଚିଲେ ଥରୁର - Shashi Tharoor Dance - SHASHI THAROOR DANCE
🎬 Watch Now: Feature Video


Published : Apr 22, 2024, 2:50 PM IST
Shashi Tharoor Dance While Campaigning in Thiruvananthapuram : ଥିରୁଅନନ୍ତପୁରମ: ଲୋକସଭା ନିର୍ବାଚନକୁ ନେଇ ସରଗରମ ରାଜନୈତିକ ମୈଦାନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତି ପେଢି ଖୋଲୁଛନ୍ତି ପ୍ରାର୍ଥୀ । ଗାଁଠୁ ସହର ସବୁଠି କମ୍ପୁଛି ପ୍ରଚାର ଗୀତ । ଚଳିତ ଥର ଥିରୁଅନନ୍ତପୁରମରେ ହାଇପ୍ରୋଫାଇଲ ଫାଇଟ ଦେଖିବାକୁ ମିଳିବ । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ସ୍ଥାନୀୟ ସାଂସଦ ଶଶୀ ଥରୁର ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କ ବିପକ୍ଷରେ ବିଜେପି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଛିଡ଼ା କରିଛି । ଆଜି ଶଶୀ ଥରୁର ମୈଦାନକୁ ଓହ୍ଲାଇଥିବା ବେଳେ ସମର୍ଥକ, ସହଯୋଗୀ ଏବଂ ପିଲାମାନଙ୍କ ସହିତ ଠୁମକା ଲଗାଉଥିବା ଦେଖିବାକୁ ମିଳିଥିଲା । ଶଶୀ ଥରୁର ଜୟ ହୋ ଗୀତରେ ନୃତ୍ୟ କରିଥିଲେ । ତାଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକାଶଥାଉକି, ଆସନ୍ତା ଏପ୍ରିଲ 26 ତାରିଖରେ କେରଳର ଥିରୁବନନ୍ତପୁରମରେ ମତଦାନ ଅନୁଷ୍ଠିତ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ