thumbnail

ମତଦାନ ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ, ଗ୍ରାମାଞ୍ଚଳରେ ୭୦ ପ୍ରତିଶତ ଭୋଟିଂ ଆକଳନ କଲେ ଜିଲ୍ଲାପାଳ - Security Arrangements

By ETV Bharat Odisha Team

Published : May 31, 2024, 8:51 PM IST

Security Arrangements: କଟକ: ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ଲଢେଇ । ମତଦାନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । କଟକ ଜିଲ୍ଲାର ସମସ୍ତ ବୁଥରେ ଯେପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ସେନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି କଟକ ଜିଲ୍ଲା ପ୍ରଶାସନ। ବୁଥ ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ପ୍ରବଳ ଗରମକୁ ଦୃଷ୍ଟିରେ ରଖି ପିଇବା ପାଣି ଏବଂ ଫ୍ୟାନର ବ୍ୟବସ୍ଥା କରାଯାଇଛି । ସେହିପରି ମତଦାନ ଯେପରି ବୃଦ୍ଧି ହେବ ସେନେଇ ମଧ୍ୟ ପଦକ୍ଷେପ ନେଇଛି ପ୍ରଶାସନ। ଗ୍ରାମାଞ୍ଚଳରେ ଭଲ ଭୋଟ ହେବା ନେଇ ଆକଳନ କରିଛନ୍ତି କଟକ ଜିଲ୍ଲାପାଳ । ୭୦ ପ୍ରତିଶତରୁ ଅଧିକ ମତଦାନ ହେବା ନେଇ ଜିଲ୍ଲାପାଳ ଆଶାପ୍ରକଟ କରିଛନ୍ତି ।

ଏହା ବି ପଢନ୍ତୁ...ନେତା ବାଛିବେ ନିଆଳିବାସୀ, ୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା - LAST PHASE POLLS IN ODISHA

କଟକ ଜିଲ୍ଲାରେ ଥିବା 3 ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ସାଲେପୁର, ମାହାଙ୍ଗା ଓ ନିଆଳି ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ କରାଯିବ । ସାଲେପୁରର 253, ମାହାଙ୍ଗାର 309  ଓ ନିଆଳିରେ 274 ବୁଥରେ ମତଦାନ କରାଯିବ । ତେବେ ମତଦାନ ପୂର୍ବରୁ ଆଜି ପୋଲିଂ ପାର୍ଟି ଇଭିଏମ ନେଇ ନିଜ ନିଜ ବୁଥକୁ ଯିବା ଆରମ୍ଭ କରିଛନ୍ତି । ସେପଟେ ଷ୍ଟ୍ରଙ୍ଗରୁମ୍‌ରୁ ବୁଥ ଗୁଡିକୁ ଇଭିଏମ ପଠାଇବାଠାରୁ ଆରମ୍ଭ କରି ମତଦାନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ ।


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.