ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ଗସ୍ତ, ଛାତ୍ରଛାତ୍ରୀଙ୍କ ପଚାରି ବୁଝିଲେ ସମସ୍ୟା - nityananda gond visits School

By ETV Bharat Odisha Team

Published : Jun 23, 2024, 8:45 AM IST

thumbnail
NITYANANDA GOND VISITS SCHOOL (ETV BHARAT ODISHA)

ନବରଙ୍ଗପୁର: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅଚାନକ ଭାବେ ଉମରକୋଟ ପୌରପାଳିକା ଅନ୍ତର୍ଗତ ଡଙ୍ଗରିଗୁଡା ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରି ଶ୍ରେଣୀ ଗୃହ ବୁଲିଥିଲେ ।  ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ । ଏଥିସହ ପାଠ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଛାତ୍ରଛାତ୍ରୀ ଉତ୍ତର ଦେଇଥିଲେ । ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ଓ ଛାତ୍ରଛାତ୍ରୀଙ୍କ ପ୍ରତି ଆଚରଣ ସମ୍ପର୍କ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଶିକ୍ଷା ମନ୍ତ୍ରୀ । ସ୍କୁଲର ଶ୍ରେଣୀ ଗୃହ ସମସ୍ୟା ବାବଦରେ ଅବଗତ ହୋଇ ଖୁବଶୀଘ୍ର ଦୁଇଟି ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଶିକ୍ଷାମନ୍ତ୍ରୀ ।  ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜନ ସମ୍ପର୍କ ବୃଦ୍ଧି କରି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁର ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ - Nityananda Gond visits Nabarangpur

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.