ବାଲୁକାକଳାରେ 'ସେଭ୍ ଅଲିଭ ରିଡଲେ' ବାର୍ତ୍ତା - SAVE OLIVE RIDLEY

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 4, 2024, 5:30 PM IST

ନିମାପଡ଼ା: ଶୀତ ଋତୁ ଆରମ୍ଭ ହେବା କ୍ଷଣି ଅଣ୍ଡାଦେବା ପାଇଁ ବାଙ୍ଗୋପସାଗର ଉପକୂଳକୁ ଆସିଥାନ୍ତି ବିରଳ ଅଲିଭ ରିଡଲେ କଇଁଛ । ଅଲିଭ ରିଡଲେଙ୍କ ପାଇଁ ଭୂସ୍ବର୍ଗ କୁହାଯାଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗା ଓ ବ୍ରହ୍ମଗିରି ବେଳାଭୂମିରେ ନିର୍ଭୟରେ ଅଣ୍ଡାଦାନ କରିଥାନ୍ତି । ସେମାନଙ୍କ ସୁରକ୍ଷା ପାଇଁ କୋଣାର୍କ ଅଞ୍ଚଳର ଦୁଇ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ଓ ଶିଳ୍ପା ଚନ୍ଦ୍ରଭାଗା ସମୁଦ୍ରକୂଳରେ ବାଲୁକା କଳା ଜରିଆରେ ‘ସେଭ ଅଲିଭ ରିଡଲେ’ର ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ଏହି ବାଲୁକାକଳାକୁ ଶତାଧିକ ପର୍ଯ୍ୟଟକ ଉପଭୋଗ କରିବା ସହିତ ବାଲୁକା ଶିଳ୍ପୀଙ୍କ ଏପରି ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି ।
 

ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଋତୁ ଆସିଛି । ଉପକୂଳ ଓଡ଼ିଶାର ବିଭିନ୍ନ ନଦୀ ମୁହାଣ ବେଳାଭୂମିରେ କଇଁଛ ଅଣ୍ଡା ଦେଇ ଛୁଆ ଜନ୍ମ ହେବା ପରେ ପୁଣି ସମୁଦ୍ରକୁ ଫେରିଯିବେ । ଏହି ବିରଳ କଇଁଛଙ୍କ ଆଗମନ କିଭଳି ସୁରକ୍ଷିତ ରହିବ ସେନେଇ ପ୍ରତିବର୍ଷ ନଭେମ୍ବର ମାସ ୧ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ସବୁ ଯାନ୍ତ୍ରିକ ଡଙ୍ଗା, ଟ୍ରଲର ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଥାଏ । ଚଳିତ ବର୍ଷ ମଧ୍ୟ ଏନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡା ଗହୀରମଥା, ଦେବୀ ନଦୀ ମୁହାଣ, କୋଣାର୍କ, ପୁରୀ ଆଦି ବିଭିନ୍ନ ସାମୁଦ୍ରିକ ଇଲାକା ପାଇଁ କଟକଣା ଲାଗୁ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆସିଲା ଅଲିଭ ରିଡଲେ କଇଁଛ ସଙ୍ଗମ-ଅଣ୍ଡାଦାନ ଋତୁ, ସମୁଦ୍ରରେ ୭ ମାସ ମାଛ ମରା ଓ ଟ୍ରଲର କଟକଣା

ଏହା ମଧ୍ୟ ପଢ଼ନ୍ତୁ...ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ ଛୁଆ - OLIVE RIDLEY TURTLE

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.