ରୋଚକ ହେଉଛି ଜୟଦେବ ସ୍ଥିତି, ସତ୍ୟପ୍ରିୟଙ୍କ ଭୂମିକା ହେବ ନିର୍ଣ୍ଣାୟକ - Satyapriya Behera File Nomination - SATYAPRIYA BEHERA FILE NOMINATION
🎬 Watch Now: Feature Video
Published : May 6, 2024, 9:24 PM IST
Satyapriya Behera File Nomination As Independent Candidate ଭୁବନେଶ୍ବର: ରାଜ୍ୟରେ 3ୟ ପର୍ଯ୍ୟୟ ମତଦାନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷଦିନ ଥିବା ବେଳେ ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ନବ କିଶୋର ମଲ୍ଲିକ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜର ହଜାର ହଜାର ସମର୍ଥକଙ୍କ ସହ ବିଜେଡି କର୍ମୀଙ୍କୁ ସାଙ୍ଗରେ ନେଇ ଶକ୍ତି ପଦର୍ଶନ କରିଛନ୍ତି ନବ । ସେପଟେ ନବଙ୍କ ନାମାଙ୍କନ ରାଲିକୁ କଡ଼ା ଟକ୍କର ଦେଇଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ଅନ୍ୟତମ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା । ସତ୍ୟପ୍ରିୟ ଦୁଇ ଦିନ ତଳେ ବିଜେପି ଛାଡି ସ୍ୱାଧୀନ ଭାବେ ନିଜର ନାମାଙ୍କନ ଭରିଛନ୍ତି ।
ତେବେ ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବ ମଲ୍ଲିକ, ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲି ଓ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ସଗରିଆଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ବାରି ହୋଇପଡୁଥିଲା । ହେଲେ ନାମାଙ୍କନର ଶେଷ ମୁହୂର୍ତ୍ତରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ସତ୍ୟପ୍ରିୟ ବେହେରାଙ୍କ ନାମାଙ୍କନ ଏବେ ଜୟଦେବ ନିର୍ବାଚନକୁ ଅଧିକ ରୋଚକ କରିଛି । ସତ୍ୟପ୍ରିୟଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ସତ୍ୟପ୍ରିୟ ଦୀର୍ଘ ବର୍ଷ ଧରି ଜୟଦେବର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଅଛନ୍ତି । ଜୟଦେବର 33ଟି ପଞ୍ଚାୟତରେ ସତ୍ୟପ୍ରିୟଙ୍କ ସଂଗଠନ ରହିଛି । ଖୋଲା ଖୋଲି ନହେଲେ ମଧ୍ୟ ସତ୍ୟପ୍ରିୟଙ୍କ ମୁଣ୍ଡ ଉପରେ ଅପରାଜିତାଙ୍କ ହାତ ରହିଛି ବୋଲି ଆଲୋଚନା ହେଉଛି । ତେବେ 3 ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଫାଇଟ ହେବାକୁ ଥିବାବେଳେ ଜୟଦେବରେ ସତ୍ୟପ୍ରିୟଙ୍କ ସ୍ଥିତି ଭୂମିକା ନିର୍ଣ୍ଣାୟକ ହେବ ବୋଲି ଆକଳନ କରାଯାଉଛି ।-
ଏହା ମଧ୍ୟ ପଢ଼ନ୍ତୁ...ଏକତରଫା କାର୍ଯ୍ୟ କରୁଛନ୍ତି BeMC କମିଶନ; ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି - BJD Meets CEO
ଇଟିଭି ଭାରତ, ଭୁବନେଶ୍ବର