ଅଯୋଧ୍ୟାରେ ସୁଦର୍ଶନଙ୍କ ବାଲୁକା କଳା; ପ୍ରସ୍ତୁତ କଲେ ରାମଲାଲାଙ୍କ ବିଶାଳ କଳାକୃତି - ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 21, 2024, 9:33 AM IST

ପୁରୀ: ରାତି ପାହିଲେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏନେଇ ସାରା ଦେଶରେ ଖୁସିର ମାହୋଲ । ଏହି ଅବସରରେ ଅଯୋଧ୍ୟା ଗସ୍ତ କରି ବାଲୁକାରେ ପ୍ରଭୁ ରାମଙ୍କର ଏକ ବିଶାଳ ପ୍ରତିକୃତି ନିର୍ମାଣ କରିଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେ 23 ଫୁଟ୍ ଉଚ୍ଚତାର ଏକ ବିଶାଳ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯେଉଁ ବାଲୁକା ଚିତ୍ରକଳାରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତିର ମୁଖମଣ୍ଡଳକୁ ସ୍ଥାନ ଦେଇଛନ୍ତି । ସେହିପରି ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପ୍ରତିକୃତିକୁ ମଧ୍ୟ ସୁଦର୍ଶନ ସ୍ଥାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଭୁ ରାମଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି ଏହି ବାଲୁକା ଚିତ୍ରକଳାରେ । ତେବେ ଦୀର୍ଘ 500 ବର୍ଷ ପରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ହୋଇଥିବାରୁ ସେ 500ଟି ଛୋଟ ଛୋଟ ରାମ ମନ୍ଦିରର ପ୍ରତିକୃତି ମଧ୍ୟ ପ୍ରସ୍ତୁତ କରିଛନ୍ତି । 
 ଏହା ମଧ୍ୟ ପଢନ୍ତୁ- ଦିଆସିଲି କାଠିରେ ସୁନ୍ଦର କଳାକୃତି, ରାମ ମନ୍ଦିର ମଡେଲ ନିର୍ମାଣ କଲେ ଶିଳ୍ପୀ ସ୍ମୃତି

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.